ଜିଆର୍‌ପି ଇନ୍‌ସ୍ପେକ୍ଟର ନିଲମ୍ବିତ

କଟକ/ବ୍ରହ୍ମପୁର: ଟ୍ରେନ୍‌ରେ ଯାତ୍ରା ବେଳେ ଟିଟିଇଙ୍କୁ ଦୁର୍ବ୍ୟବହାର ଘଟଣାରେ ବ୍ରହ୍ମପୁର ଜିଆର୍‌ପି ଇନ୍‌ସ୍ପେକ୍ଟର ରାଜେନ୍ଦ୍ର କୁମାର ମୁଣ୍ଡାଙ୍କୁ ନିଲମ୍ବନ କରାଯାଇଛି। ଏହି ସମୟରେ ସେ ରେଳବାଇ ଏବଂ ତଟବର୍ତ୍ତୀ ସୁରକ୍ଷା ଏଡିଜିଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବେ। ଏ ସଂକ୍ରାନ୍ତରେ ଆଜି ପୁଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ପୁରୁଲିଆ-ଭିଲୁପୂରମ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଇନ୍ସପେକ୍ଟର ବିନା ଟିକେଟ୍‌ରେ ଯାତ୍ରା କରୁଥିଲେ। ଟିଟିଇ ଇନ୍‌ସ୍ପେକ୍ଟରଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା ବେଳେ ଟ୍ରେନ୍‌ରେ ଟିଟିଇଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଟିଟିଇ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର