ଜିଆରଏସ୍‌ କର୍ମଚାରୀଙ୍କ ଦରମା ବଢ଼ିଲା, ଏଣିକି ମାସକୁ ପାଇବେ ୮ହଜାର ୮ଶହ

ଭୁବନେଶ୍ୱର: ଆନ୍ଦୋଳନ ପାଇଁ ପୁଲିସ କର୍ମଚାରୀଙ୍କ ଠାରୁ ମାଡ଼ ଖାଇବା ପରେ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ୍‌)ଙ୍କ ଦରମା ବଢ଼ିଛି। ଜିଆରଏସ୍‌ କର୍ମଚାରୀଙ୍କ ଦରମା ବଢ଼ାଇବା ନେଇ ଶୁକ୍ରବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଣିକି ଜିଆରଏସ୍‌ କର୍ମଚାରୀମାନେ ମାସିକ ଦରମା ୭ ହଜାର ଟଙ୍କା ପାଇବେ। ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ସେମାନଙ୍କୁ ୫ ହଜାର ଟଙ୍କା ମାସିକ ଦରମା ମିଳୁଥିଲା। ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି, ବିଭିନ୍ନ ସ୍କିମରେ ଜିଆରଏସ୍‌ କର୍ମଚାରୀଙ୍କୁ ୧୮ଶହ ଟଙ୍କା ସହାୟତା ରାଶି ମିଳିବ। ଜିଆରଏସ କର୍ମଚାରୀ ମାସକୁ ସମୁଦାୟ ୮ହଜାର ୮ଶହ ଟଙ୍କା ପାଇବେ।

ସମ୍ବନ୍ଧିତ ଖବର