ସୋର ଓ ସିମୁଳିଆରେ ଗୁଜରାଟ ପୁଲିସର ଚଢ଼ଉ : ଗୁଜରାଟରୁ ଅପହୃତା ୨ ନାବାଳିକା ଉଦ୍ଧାର

ସୋର : ଗୁଜରାଟ ପୁଲିସ ସୋର ଓ ସିମୁଳିଆ ଥାନା ଅନ୍ତର୍ଗତ ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢ଼ଉ କରି ଗୁଜରାଟରୁ ଅପହୃତା ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଛି। ତେବେଏହି ଚଢ଼ଉବେଳେ ଜଣେ ଅପହର୍ତ୍ତା ପୁଲିସ ହାତରେ ଧରା ପଡ଼ି ଯାଇଥିବାବେଳେ ଅନ୍ୟ ଜଣେ ଗିରଫ ହୋଇଛି। ସୂଚନାରୁ ପ୍ରକାଶ ଯେ ଗତ ମାର୍ଚ୍ଚ ମାସରେ ଗୁଜରାଟର ଗୁରଭି ଥାନା ଅଂଚଳରୁ ଦୁଇ ନାବାଳିକାଙ୍କୁ ଅପହରଣ କରି ସେହି ଅଂଚଳର ଦୁଇ ଜଣ ଯୁବକ ବାଲେଶ୍ୱରକୁ ନେଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସୋର ଥାନା ପଛପଟ ବଢ଼େଇସାହିରେ ଭଡାରେ ରହୁଥିବାବେଳେ ଅନ୍ୟ ଜଣେ ସିମୁଳିଆ ଥାନା କ୍ଷୀରକୋଣା ଅଂଚଳରେ ଭଡ଼ା ନେଇ ରହୁଥିଲେ। ମାମଲାର ତଦନ୍ତ କରୁଥିବା ଗୁରଭି ଥାନା ପୁଲିସ ଏହା ଜାଣିବା ପରେ ଗତକାଲି ଏକ ୧୨ ଜଣିଆ ପୁଲିସ ଟିମ୍‌ ଗୁଜରାଟରୁ ଆସି ଏଠାରେ ପହଞ୍ଚିଥିଲା। ପରେ ସୋର ପୁଲିସ ସହାୟତାରେ ଗୁଜରାଟ ପୁଲିସ ଉଭୟ ସ୍ଥାନରେ ଚଢ଼ଉ କରି ଉଭୟ ନାବାଳିକାଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର