ବ୍ୟବସାୟୀ ଭିକାଙ୍କୁ ଗୁଳିମାଡ଼

ଖଲ୍ଲିକୋଟ/ବ୍ରହ୍ମପୁର : ଆଜି ରାତି ରାତି ପ୍ରାୟ ସାଢ଼େ ୮ଟାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅର୍ନ୍ତଗତ କେଶପୁର ନିକଟ ରାମଚନ୍ଦ୍ରପୁର ଗ୍ରାମ ଛକରେ ଘଟିଛି ଗୁଳିକାଣ୍ଡ। ଛକରେ ଛିଡ଼ା ହୋଇଥିବା ଯୁବ ବ୍ୟବସାୟୀ ଭିକା ତରେଇ(୩୫)ଙ୍କୁ ଗୁଳିମାଡ଼ ହୋଇଛି ଓ ତାଙ୍କ ପିଠି ବାମ ପାର୍ଶ୍ବରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଭିକାଙ୍କ ଶରୀରରେ ଗୁଳି ରହିଛି। କେଉଁ କାରଣରୁ ଏହି ଗୁଳିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ତେବେ ବ୍ୟାବସାୟିକ କିମ୍ବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ସୁପାରି କିଲର୍‌ ଲଗାଇ ଟାର୍ଗେଟ କରା ଯାଇଥିବା କୁହାଯାଉଛି। ରିପୋର୍ଟ ‌ଲେଖାଯିବା ପର୍ଯ୍ୟନ୍ତ ଖଲ୍ଳିକୋଟ ଥାନାରେ ଅଭିଯୋଗ ହୋଇନାହିଁ।

ସମ୍ବନ୍ଧିତ ଖବର