ଭୁବନେଶ୍ୱର : ଗୁରୁ ନାନକ ଦେବଙ୍କ ଦର୍ଶନ ଓ ଚିନ୍ତନର ଚିର ପ୍ରାସଙ୍ଗିକତା ରହିଛି। ବିଶ୍ୱର କଲ୍ୟାଣ ତାଙ୍କ ବିଚାରବୋଧର ଆଧାର ଥିଲା। ଭାରତୀୟ ସଂସ୍କୃତି ଓ ସମନ୍ୱୟବାଦୀ ଭାବଧାରାକୁ ସେ ବିଶେଷ ଭାବରେ ପରିପୁଷ୍ଟ କରିଛନ୍ତି ଓ ତାଙ୍କ ବାଣୀର ବ୍ୟାପକ ପ୍ରଚାରପ୍ରସାର ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତିା
ଆଜି ରାଜଭବନରେ ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ନ୍ୟାସନାଲ୍ ଇଂଟିଗ୍ରେଟେଡ୍ ଫୋରମ୍ ଅଫ୍ ଆର୍ଟିଷ୍ଟସ୍ ଆଣ୍ଡ ଆକଫିଭିଷ୍ଟସ୍ ପକ୍ଷରୁ ଗୁରୁ ନାନକ ସଦ୍ଭାବନା ଯାତ୍ରାର ଯାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଲେ ଯେ ପଞ୍ଚତତ୍ତ୍ୱରେ ଗଢ଼ା ଆମର ଶରୀର ଏବଂ ପଞ୍ଚତତ୍ତ୍ୱର ସୁରକ୍ଷା ହିଁ ଆଜିର ଆହ୍ୱାନ। ସଦ୍ଭାବନା ଯାତ୍ରା ଏକ ମହତ ପ୍ରୟାସ ଏବଂ ନାନକ ଦେବଙ୍କ ବାର୍ତ୍ତା ସଂପ୍ରସାରଣରେ ଏହା ସହାୟକ ହେବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ମତବ୍ୟକ୍ତ କରିଥିଲେ।
/sambad/media/post_attachments/wp-content/uploads/2019/09/g-300x200.jpg)
ଏହି ଉପଲକ୍ଷେ ରାଜ୍ୟପାଳ ରାଜଭବନ ପରିସରରେ ଏକ ବଉଳ ଚାରା ରୋପଣ କରିଥିଲେ ଏବଂ ଏଥିରେ ନାନକ ଦେବଙ୍କ ଜନ୍ମସ୍ଥାନ ନନକାଣା ସାହିବ୍ର ମାଟି ଓ ପାଣି ଦିଆଯାଇଥିଲା। ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବାର୍ଷିକୀ ଉପଲକ୍ଷେ ଜନ୍ମସ୍ଥାନ ପାକିସ୍ତାନର ନନକାଣା ସାହିବ୍ରୁ ସଦ୍ଭାବନା ଯାତ୍ରା ବାହାରି ଭାରତ, ପାକିସ୍ତାନ, ସାଉଦି ଆରବ, ଇରାକ୍, ନେପାଳ, ବଙ୍ଗଳାଦେଶ ଓ ଶ୍ରୀଲଙ୍କା ଦେଇ ପ୍ରାୟ ୪୦ ହଜାର ମାଇଲ୍ ଅତିକ୍ରମ କରିବ। ଗୁରୁ ନାନକ ଦେବ ଯେଉଁ ମାର୍ଗ ଦେଇ ଭ୍ରମଣ କରିଥିଲେ, ସେହି ମାର୍ଗକୁ ଅନୁସରଣ କରି ଏହି ଯାତ୍ରା ଆୟୋଜିତ ହୋଇଛି ଏବଂ ଯାତ୍ରା କାଳରେ ୧୦୦ଟି ସହରରେ ୫୫ ହଜାର ଚାରା ରୋପଣର କାର୍ଯ୍ୟକ୍ରମ ରହିଥିବା ଅନୁଷ୍ଠାନର ଅଧ୍ୟକ୍ଷ ପ୍ରିତପାଲ୍ ସିଂ ପାନ୍ନୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/g1.jpg)