ଆସୁଛନ୍ତି କେନ୍ଦ୍ରୀୟ ବିଶେଷଜ୍ଞ ଦଳ : ଗୁରୁପ୍ରିୟା ସେତୁର ମାନ ଯାଞ୍ଚ ହେବ

ମାଲକାନଗିରି : ଆସନ୍ତା ଜୁନ୍‌ ପ୍ରଥମ ସପ୍ତାହରେ ଉଦ୍‌ଘାଟନ ପୂର୍ବରୁ ଗୁରୁପ୍ରିୟା ସେତୁର ମାନ ଯାଞ୍ଚ ହେବ। ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ରୋଡ୍‌ ରିସର୍ଚ ଇନଷ୍ଟିଚ୍ୟୁଟ (ସିଆର୍‌ଆର୍‌ଆଇ) ଓ ସିଏସ୍‌ଆଇଆର୍‌ (କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଟଷ୍ଟ୍ରିଆଲ୍‌ ରିସର୍ଚ୍ଚ)ର ବିଶେଷଜ୍ଞ ଦଳ ଏଠାକୁ ଆସି ଯାଞ୍ଚ କରିବେ। ଏହାପରେ ଯାଇ ଲୋକମାନଙ୍କ ଯା’ ଆସ ପାଇଁ ଏହାକୁ ଉନ୍ମୁକ୍ତ କରାଯିବ। ଗୁରୁପ୍ରିୟା ସେତୁ ମାଓ ଅଧ୍ୟୁଷିତ ଅଞ୍ଚଳରେ ହୋଇଥିବାରୁୁ ସୁରକ୍ଷା ବଳୟ ଓ ସିସିଟିଭି ନଜର ମଧ୍ୟରେ ରଖାଯାଇଛି। ତେବେ, ଉଦ୍‌ଘାଟନ ପୂର୍ବରୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟିକିନିଖି ଯାଞ୍ଚ କରିବା ପାଇଁ ଉଦ୍ୟମ କରିଛି। ଡିପିଆଇ ଏବଂ ରୋଡ ୱାର୍କ ଡିପାର୍ଟମେଣ୍ଟର ମୁଖ୍ୟଯନ୍ତ୍ରୀ ଓମ୍‌ ପ୍ରକାଶ ପଟେଲ ସିଏସ୍‌ଆଇର ନିର୍ଦେଶକଙ୍କୁ ଏଥିପାଇଁ ଏକ ପତ୍ର ଲେଖିଛନ୍ତି।

ସମ୍ବନ୍ଧିତ ଖବର