ଦବିଲା ଗୁରୁପ୍ରିୟା ସେତୁ; ପୋଲର ୧୬ ନମ୍ବର ପିଲାର ତଳେ ୨ଟି ପାଇଲ ଦବିିଥିବା ସୂଚନା

ଭୁବନେଶ୍ୱର: ନିର୍ମାଣାଧୀନ ଗୁରୁପ୍ରିୟା ସେତୁ ଦବି ଯାଇଥିବା ଜାଣିବାକୁ ମିଳିଛି। ସେତୁର ୧୬ ନମ୍ବର ପିଲାର ତଳେ ଥିବା ଦୁଇଟି ପାଇଲ ଦବି ଯାଇଥିବା ଦେଖିବାକୁ ମିଳିଛି। ତେବେ ଏଥିରେ କୌଣସି ଅସୁବିଧା କିମ୍ବା ବିପଦ ନ ଥିବା କହିଛନ୍ତି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ ସାହୁ। ପାଣି ତଳେ ଏହାର ନିର୍ମାଣ ଏପରି ହିଁ ହୋଇଥିବା ସେ କହିଛନ୍ତି।


ପୂର୍ବରୁ ପାଇଲ ବଙ୍କା ହୋଇଥିବାରୁ ଡିଜାଇନରେ ପରିବର୍ତ୍ତନ କରାଯାଇ ଗୋଟିଏ ପିଲାର ତଳେ ଚାରିଟି ପାଇଲ ସ୍ଥାନରେ ୬ଟି ପାଇଲ ନିର୍ମାଣ କରାଯାଇଛି। ତେବେ ପାଇଲ ବଙ୍କା ଯୋଗୁଁ ପିଲାର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଗୁରୁପ୍ରିୟା ସେତୁ ନିର୍ମାଣ ଆଗେଇବା ଦିଗରେ ଅସୁବିଧା ନଥିବା ସ୍ପଷ୍ଟ କରିଛନ୍ତି ନିର୍ବାହୀ ଯନ୍ତ୍ରୀ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଭିନ୍ନ ଦୃଷ୍ଟିକୋଣରୁ ଏହି ସେତୁ ବିଶେଷ ଗୁରୁତ୍ୱପୂର୍ଣ୍ଣ।

ସମ୍ବନ୍ଧିତ ଖବର