ପୁଣି ଘୁଞ୍ଚିଲା ଗୁରୁପି୍ରୟା ସେତୁ ଡେଡ୍‌ଲାଇନ୍‌

ଚିତ୍ରକୋଣ୍ଡା : ପୁଣି ଘୁଞ୍ଚିଲା ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ଡେଡ୍‌ଲାଇନ। ଫେବ୍ରୁଆରି ପରିବର୍ତେ ମାର୍ଚ ଶେଷ ସପ୍ତାହରେ ସରିବ ନିର୍ମାଣ କାମ। ପୋଲ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ପରେ ଏମିତି ସୂଚନା ଦେଇଛନ୍ତି ୫ଜଣିଆ ବିଶେଷଜ୍ଞ ଦଳ। ଏହି ଟିମ୍‌ ଆଜି ବହୁ ସମୟ ଧରି ନିର୍ମାଣ ସ୍ଥଳରେ ରହି କାର୍ଯ୍ୟର ନିରୀକ୍ଷଣ କରିଥିଲେ। ଗାର୍ଡର କାମ ସହ ଅନ୍ୟ କିଛି କାମ ବାକି ରହିଥିବାରୁ ଆସନ୍ତା ଫେବ୍ରୁଆରି ପରିବର୍ତେ ମାର୍ଚ ଶେଷ ସୁଦ୍ଧା ଏହି କାମ ସଂପୂର୍ଣ୍ଣ ହେବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର