ଶ୍ରୀମନ୍ଦିରରେ ପଡ଼ି ହବିଷ୍ୟାଳି ମୃତ

ପୁରୀ : ଶ୍ରୀମନ୍ଦିରରେ ପଡ଼ି ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ ଘଟିଛି। ମୃତକ ବ୍ରହ୍ମଗିରି ଥାନା ବିଲପାଞ୍ଚଗୋଛିଆ ଗ୍ରାମର ନେତ୍ରମଣି ମାଛୁଆ(୮୫) ବୋଲି ଜଣାପଡ଼ିଛି। ସେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଘଣ୍ଟି ଦ୍ଵାର ନିକଟରେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ତେବେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବୟସାଧିକ୍ୟ ଯୋଗୁ ତାଙ୍କ ମୁଣ୍ଡବୁଲାଇ ସେ ପଡ଼ି ଯାଇଥିଲେ ବୋଲି ତାଙ୍କ ସହ ଯାଇଥିବା ଅନ୍ୟ ହବିଷ୍ୟାଳିମାନେ କହିଛନ୍ତି।

ସମ୍ବନ୍ଧିତ ଖବର