ହଳଧରଙ୍କୁ ସମ୍ମାନଜନକ ଡକ୍ଟରେଟ୍‌

ସମ୍ବଲପୁର : ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟେରଟ ଉପାଧି ପ୍ରଦାନ କରାଯିବାକୁ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌‌ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ୫ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ଅନୁଷ୍ଠିତ ହେବାକୁ ଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ କୁଳାଧିପତି ଗଣେଶୀଲାଲ ଏହି ଉପାଧି ପ୍ରଦାନ କରିବେ। ବିଶ୍ବବିଦ୍ୟାଳୟ ସିନେଟ ସଦସ୍ୟ ତଥା ଘେଁସ ଅଭିମନ୍ୟୁ ସାହିତ୍ୟ ସ˚ସଦର ସଭାପତି ଅଶୋକ ପୁଜାହାରୀ ତଥା ସ˚ପାଦକ ଅଧୢାପକ ସୁଶାନ୍ତ ମିଶ୍ର ଗତ ୮ତାରିଖ ଦିନ ସିନେଟ ସଭାରେ ପଦ୍ମଶ୍ରୀ ନାଗଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ ସମେତ ୫ଦଫାର ଦାବିପତ୍ର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ପ୍ରଦାନ କରିଥିଲେ ା ଏ ସ˚କ୍ରାନ୍ତରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କୁ ମଧୢ ଅନୁରୋଧ କରାଯାଇଥିଲା ା ବିଶ୍ବବିଦ୍ୟାଳୟ ସିଣ୍ତିକେଟ ବୈଠକରେ ଏ ନେଇ ବିଚାର କରାଯାଇ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ତେବେ, ବିଶ୍ବବିଦ୍ୟାଳୟର ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ସମ୍ବନ୍ଧିତ ଖବର