ଦ୍ୱିତୀୟ ଅର୍ଦ୍ଧବାର୍ଷିକ ଓଡ଼ିଆ ଭାଷା ପରୀକ୍ଷା ଡିସେମ୍ବର ୧୫ରେ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏବର୍ଷର ଅଷ୍ଟମ ଷ୍ଟାଣ୍ଡାର୍ଡ ଦ୍ୱିତୀୟ ଅର୍ଦ୍ଧବାର୍ଷିକ ଓଡ଼ିଆ ଭାଷା ପରୀକ୍ଷା ଓ ଦଶମ ଷ୍ଟାଣ୍ଡାର୍ଡ ଏକକ ଭାଷା ଓଡ଼ିଆ ପରୀକ୍ଷା ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଅର୍ଦ୍ଧବାର୍ଷିକ ଓଡ଼ିଆ ଭାଷା ପରୀକ୍ଷା ଡିସେମ୍ବର ୧୫ତାରିଖ ସକାଳ ୧୧ଟାରୁ ୧୨.୩୦ ପର୍ଯ୍ୟନ୍ତ କେବଳ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଓଡ଼ିଶା ସମେତ ଓଡ଼ିଶା ବାହାରେ ରହୁଥିବା ଛାତ୍ରଛାତ୍ରୀ ଦେଇ ପାରିବେ। ଦଶମ ଷ୍ଟାଣ୍ଡାର୍ଡ ଏକକ ଓଡ଼ିଆ ଭାଷା ପରୀକ୍ଷା ଡିସେମ୍ବର ୧୫ତାରିଖ ସକାଳ ୧୦ଟାରୁ ୧୨.୩୦ ପର୍ଯ୍ୟନ୍ତ ଅଫ୍‌ଲାଇନ୍‌ରେ ହେବ। ଏହି ଦୁଇ ପରୀକ୍ଷା ପାଇଁ ଫର୍ମପୂରଣ ଆସନ୍ତା ୨୦ ତାରିଖରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ କରାଯିବ। ଫର୍ମ ପୂରଣ ସଂକ୍ରାନ୍ତ ସବିଶେଷ ବିବରଣୀ ବୋର୍ଡ ଓ୍ଵବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍ଧ ହେଉଛି ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର