୨୩ରେ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ଧାରଣା

ଭୁବନେଶ୍ୱର: ଆସନ୍ତା ୨୩ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ରାଜ୍ୟ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ସଂଘ। ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ଛଟେଇ ପ୍ରକ୍ରିୟାକୁ ବନ୍ଦ କରିବା ଓ ସରକାରୀ ମାନ୍ୟତା ଦାବି ନେଇ ଏହି ଘେରାଉ ଅନୁଷ୍ଠିତ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଜି ସଂଘ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂପାଦକ ଗଦାଧର ରାଉତ କହିଲେ, ରାଜ୍ୟରେ ୧ଲକ୍ଷ ୨୪ହଜାରରୁ ଅଧିକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ୧୨୧୨ଜଣ ଭିନ୍ନକ୍ଷମ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ କାର୍ଯ୍ୟ କରି ଆସୁଛନ୍ତି। ମାତ୍ର ଏହି ଶିକ୍ଷା ସ୍ୱେଚ୍ଛାସେବୀମାନଙ୍କୁ ସରକାର ପ୍ରତ୍ୟେକ ବର୍ଷ ଶିକ୍ଷାବର୍ଷ ଆରମ୍ଭରୁ ଛଟେଇ ନିର୍ଦେଶନାମା ଜାରି କରୁଛନ୍ତି। ତେଣୁ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ତୁରନ୍ତ ଛଟେଇ ବନ୍ଦ କରାଯାଉ। ଏହାସହ ସେମାନଙ୍କୁ ସରକାରୀ ମାନ୍ୟତା ଦିଆଯାଉ ବୋଲି ସଂଘ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଶିବଶଙ୍କର ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର