ହରେନ୍‌ ସାହୁ ‘ଓଡ଼ିଶା ନାଟ୍ୟସଂଘ’ର ନୂଆ ସଭାପତି

ଭୁବନେଶ୍ୱର : ନାଟ୍ୟ ନିର୍ଦେଶକ ହରେନ୍‌ ସାହୁ ‘ଓଡ଼ିଶା ନାଟ୍ୟସଂଘ’ର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶା ସଂଗୀତ ନାଟକ ଏକାଡେମି ଅଧୀନରେ ଥିବା ନାଟ୍ୟସଂଘର ୨୦୧୮-୨୦ ବର୍ଷ ପାଇଁ କାର୍ଯ୍ୟକର୍ତା ନିର୍ବାଚନରେ ହରେନ୍‌ ସାହୁ ଓ ମନୋଜ ପଟ୍ଟନାୟକ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ। ଆଜି ରବିନ୍ଦ୍ର ମଣ୍ଡପରେ ଆୟୋଜିତ ସାଧାରଣ ବୈଠକ ସହ ନୂତନ କର୍ମକର୍ତା ନିର୍ବାଚିତ ହୋଇଥିଲେ। ଶ୍ରୀ ସାହୁ ନିର୍ବାଚିତ ହେବା ପରେ ପ୍ରତିକ୍ରିୟାରେ କହିଛନ୍ତି ଯେ, ସାରା ଓଡ଼ିଶାରେ ନାଟ୍ୟ ଦଳକୁ ଯେପରି ଅଧିକ ପ୍ରୋତ୍ସାହନ ରାଶି ମିଳିପାରିବ ଏବଂ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ନାଟକ ସ୍ଥାନ ପାଇପାରିବ ସେନେଇ ସରକାରଙ୍କ ଜରିଆରେ ପ୍ରୟାସ କରାଯିବ।

ସମ୍ପାଦକ ଭାବେ ଲାଲାବିରେନ ରାୟ ନିଜ ପଦ ବଜାୟ ରଖିଛନ୍ତି। ଉପସଭାପତି ଭାବେ ୪ଟି ଜୋନ୍‌ରୁ ପ୍ରକାଶ ମହାରଣା (ପୂର୍ବ), ସତ୍ୟରଂଜନ ବେହେରା (ପଶ୍ଚିମ), ହେମେନ୍ଦ୍ର ମହାପାତ୍ର (ଉତ୍ତର) ଏବଂ ଅନିଲ ପାତ୍ର (ଦକ୍ଷିଣ), ସହ ସମ୍ପାଦକ ଭାବେ ଶୁଭକାନ୍ତ ପାଢ଼ୀ, ପ୍ରଫୁଲ୍ଲ ସେଠୀ, ସୁଜିତ ପାତ୍ର, ସସ୍ମିତା ରଣା, ମନୋଜ ଦଣ୍ଡପାଟ ଏବଂ କୋଷାଧକ୍ଷ ଭାବେ ସୁଶୀଲ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ଏଥିସହ ୮ଜଣ ବରିଷ୍ଠ ଓ ୩ଜଣ ଯୁବ ନାଟ୍ୟ ବ୍ୟକ୍ତିତ୍ୱ କାର୍ଯ୍ୟକାରୀ ସଦସ୍ୟ ରହିଛନ୍ତି। ୨୦୬ଜଣ ନିର୍ବାଚନ ପ୍ରକ୍ରିୟାରେ ସାମିଲ୍‌ ହୋଇଥିଲେ। ଗୋପାଳ ଦେ, ରାଜୀବ ପାଣି, ମିହିର ମେହେର ପରିଚାଳନା କରିଥିଲେ। ଚନ୍ଦ୍ରଶେଖର ନନ୍ଦ, ମନ୍ମଥ ଶତପଥୀ, ଧୀରେନ୍ଦ୍ରନାଥ ମଲ୍ଲିକ, ସୁରେଶ ଚନ୍ଦ୍ର ସାହୁ, ପ୍ରଦୀପ ପଣ୍ଡା, ପ୍ରଦୀପ ଭୋଳ, ଭାସ୍କର ମହାପାତ୍ର, ଶରତ ଦାସ, ଶିବ ରଥଙ୍କ ସମେତ ଅନ୍ୟ ନାଟ୍ୟକର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର