ବମିଖାଲ ଓଭରବ୍ରିଜ୍‌ ଭୁଶୁଡ଼ିବା ଘଟଣା: ପ୍ରତାପ ପଣ୍ଡାଙ୍କୁ ଜାମିନ

କଟକ : ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣାରେ ଗିରଫ ହୋଇଥିବା ପଣ୍ଡା ଇନ୍‌ଫ୍ରା ଠିକାଦାରୀ ସଂସ୍ଥା ମୁଖ୍ୟ ପ୍ରତାପ କିଶୋର ପଣ୍ଡାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ସୋମବାର ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପ୍ରତାପଙ୍କ ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା। ସରକାରଙ୍କ ପକ୍ଷରୁ କେସ୍‌ ଡାଏରି ଦାଖଲ କରାଯିବା ସହିତ ତଦନ୍ତର ସାନି ସ୍ଥିତି ସଂପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଅନ୍ୟପକ୍ଷରେ ଇତି ମଧ୍ୟରେ ଅନ୍ୟ ଅଭିଯୁକ୍ତଙ୍କୁ ଅଦାଲତରୁ ଜାମିନ ମିଳି ସାରିଛିି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଖଣ୍ଡପୀଠ ପ୍ରତାପଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ସର୍ତ୍ତ ରଖି ତାଙ୍କୁ ଜାମିନରେ ଛାଡିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଓ ଆଇନଜୀବୀ ଭି.ନରସିଂହ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର