ହାଇକୋର୍ଟରୁ ରାଜା ଆଚାର୍ଯ୍ୟଙ୍କୁ ଜାମିନ

କଟକ : ସନ୍ଦୀପ ଆଚାର୍ଯ୍ୟ ଓରଫ ରାଜା ଆଚାର୍ଯ୍ୟଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୨୦୧୦ରେ ଲିଙ୍ଗରାଜ ଥାନାରେ ଜ୍ୟୋତି ମୋଟର କର୍ମଚରୀଙ୍କୁ ଅପହରଣ ଓ ଆକ୍ରମଣ ଅଭିଯୋଗକୁ ନେଇ ରୁଜୁ ମାମଲାରେ ରାଜାଙ୍କୁ ଜାମିନ ମିଳିଛି। ୫୦ ହଜାର ଟଙ୍କା ଦୁଇ ଜଣ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ରାଜାଙ୍କୁ ଜାମିନରେ ଛାଡିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜାମିନରେ ଯିବା ପରେ ସେ ସ୍ଥାନୀୟ ଥାନାରେ ନିୟମିତ ଭାବେ ହାଜିରା ଦେବେ ବୋଲି ସର୍ତ୍ତାରୋପ କରାଯାଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜାଙ୍କ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ ମାମଲା ପରିଚାଳନା କରୁଥିବା ବେଳେ ରାଜୀବ କୁମାର ମହନ୍ତ ଓ ନିରଂଜନ ହୋତା ତାଙ୍କୁ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର