ରସଗୋଲାକୁ ଜିଆଇ ମାନ୍ୟତା ପ୍ରସଙ୍ଗରେ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା, ପଶ୍ଚିମବଙ୍ଗ ସରକାର ଓ ଜିଆଇ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ : ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ କିଛିଦିନ ତଳେ ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଆରମ୍ଭ ହୋଇଛି। ରସଗୋଲାକୁ ଜିଆଇ ମାନ୍ୟତା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନ, ପଶ୍ଚିମବଙ୍ଗ ସରକାର ଓ ଚେନ୍ନାଇର ଆଇପିକୁ ହାଇକୋର୍ଟ ନୋଟିସ କରିଛନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଉଭୟ ରାଜ୍ୟକୁ ନୋଟିସ ଜାରି କରିଛନ୍ତି ଉଚ୍ଚ ନ୍ୟାୟଳୟ। ରସଗୋଲା ବିବାଦ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। କୋର୍ଟଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିବା ପାଇଁ ନୋଟିସରେ ଦର୍ଶାଯାଇଛି। ଓଡିଶା ସହ ରସଗୋଲାର ପୁରାତନ ସମ୍ପର୍କ ଥିବା ଦର୍ଶାଇ ପୁଣ୍ୟ ଉତ୍କଳ ଓ ଓଡିଆ ପର୍ବ ସଂଗଠନ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ ଯେ, ରସଗୋଲା ଓଡ଼ିଶାର ବୋଲି ଓଡ଼ିଶା ଦାବି କରୁଥିବା ବେଳେ ପଶ୍ଚିମବଙ୍ଗ ରସଗୋଲା ନିଜର ବୋଲି ଦାବି କରି ଏହାକୁ ଜିଆଇ ମାନ୍ୟତା ପାଇବା ପରେ ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ତୀବ୍ର ପ୍ରତିବାଦ କରିବା ସହ କେତେକ ସଙ୍ଗଠନ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର