ଆଇନଜୀବୀ-ପୁଲିସ ବିବାଦ : ଜିଦ୍‌ରେ ଅଟଳ ଆଇନଜୀବୀ, ସେପ୍ଟେମ୍ବର ୨୮ଯାଏଁ କାର୍ଯ୍ୟବନ୍ଦ

ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ ବନ୍ଦ

କଟକ : ଆଇନଜୀବୀ ଆନ୍ଦୋଳନ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ମାମଲାର ଦୁଇ ଅଭିଯୁକ୍ତ ଗିରଫ ହେବା ପରେ ବି ଆଇନ୍‌ଜୀବୀମାନେ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ଏବେବି ଆଉ ତିନିଜଣ ପୁଲିସ୍‌ କର୍ମଚାରୀ ଗିରଫ ହୋଇନଥିବାରୁ ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି ଆଇନ୍‌ଜୀବୀମାନେ ସ୍ପଷ୍ଟ କରିଛନ୍ତି। ଫଳରେ ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆସନ୍ତା ୨୮ ତାରିଖ ଯାଏଁ ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ପ୍ରଭାବରେ ଦୁଇ ଦିନଧରି କୋର୍ଟ ପାଖରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ୍‌ରେ ତାଲା ଝୁଲୁଥିବା ଦେଖାଯାଇଛି।

ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଅକ୍ରମଣ ଘଟଣାରେ ହୋମ୍‌ଗାର୍ଡ କିଶୋର ଜେନା ଓ ନୂଆବଜାରର ଦିଲ୍ଲୀପ ସି˚ଙ୍କୁ କ୍ରାଇମବ୍ରାଞ୍ଚ ଗତକାଲି ଗିରଫ କରିଥିଲା। ହେଲେ ଦୁଇ ଅଭିଯୁକ୍ତଙ୍କ ଗିରଫଦାରୀ ଓ ସେମାନଙ୍କୁ ଜାମିନ ମିଳିବା ପ୍ରକ୍ରିୟାକୁ ନେଇ ଆଇନଜୀବୀମାନେ ଅସନ୍ତୁଷ୍ଟ ହୋଇଛନ୍ତି। ଏଥି ସହିତ ଘଟଣାରେ ସ˚ପୃକ୍ତ ପୁଲିସ କର୍ମଚାରୀଙ୍କ ଗିରଫଦାରୀ ଦାବିରେ ଅଡି ବସିଛନ୍ତି। ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସାଧାରଣ ପରିଷଦ ଓ ଆକ୍ସନ କମିଟି ବୈଠକରେ ଏସ˚କ୍ରାନ୍ତରେ ଆଲୋଚନା କରାଯାଇ ଆନ୍ଦୋଳନ ଜାରି ରଖିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ କ୍ରାଇମବ୍ରାଞ୍ଚ ତଦନ୍ତ ତଥା ଅଭିଯୁକ୍ତଙ୍କ ଗିରଫଦାରୀ ପ୍ରକ୍ରିୟାକୁ ନେଇ ଆଇନଜୀବୀମାନେ ପ୍ରଶ୍ନ ଉଠାଇଥିଲେ। ଘଟଣାରେ ସ˚ପୃକ୍ତ ପୁଲିସ କର୍ମଚାରୀଙ୍କ ଗିରଫଦାରୀ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ଥିବାରୁ ଶୁକ୍ରବାର ଦିନ ହେବାକୁ ଥିବା ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୨୮ ତାରିଖ ଦିନ ୨ଟାରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ସାଧାରଣ ପରିଷଦ ବୈଠକରେ ଏହା ଉପରେ ଆଲୋଚନା କରାଯାଇ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ବୈଠକରେ ଅଧୢକ୍ଷତା କରିଥିବା ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ ସୂଚନା ଦେଇଛନ୍ତି। କ୍ରିମିନାଲ କୋର୍ଟସ୍‌ ବାର‌୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି ସୂଚନା ଦେଇ କହିଛନ୍ତି ଯେ, ଆନ୍ଦୋଳନକୁ ତୀବ୍ରତର କରି ପୂର୍ବ ଭଳି କଚେରି ନିକଟରେ ଥିବା ସମସ୍ତ ସରକାରୀ ଅଫିସକୁ ଶୁକ୍ରବାର ପର୍ଯ୍ୟନ୍ତ ଅଚଳ କରିଦିଆଯିବ। ସାଧାରଣ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଓ ଟ୍ରେଜେରିକୁ ଅନ୍ଦୋଳନ ସମୟରେ ଖୋଲା ରଖିବାକୁ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ଗତ କାଲି ଭଳି ଆଜି ମଧ୍ୟ ଆଇନଜୀବୀମାନେ ସକାଳେ ର˚-ବନ୍ଧ ଗଡା, ଟ୍ରେଜେରି ଗଡା, ଲାଲବାଗ ଥାନା ଛକ ଓ ନିମଚଉଡି ଛକରେ ସକାଳ ୯ଟାରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କଚେରି ଅଞ୍ଚଳରେ ଥିବା କେନ୍ଦ୍ରାଞ୍ଚଳ ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳ, ସଦର ତହସିଲ, ପରିବହନ କମିସନର, ଅବକାରୀ କମିସନର, ଆରଟିଓ, ଜିଲ୍ଲା ଶିକ୍ଷା ଅଧିକାରୀ, ସବ୍‌ରେଜିଷ୍ଟ୍ରାର, କଟକ ଆରକ୍ଷୀ ଅଧୀକ୍ଷକ, ଡିଆରଡିଏ, ଟ୍ରେଜେରି, ବୋର୍ଡ ଅଫ୍‌ ରେଭିନ୍ୟୁ, ଆଇଜିଆର‌୍‌, ଷ୍ଟେଟ୍‌ ବ୍ୟାଙ୍କ, କର୍ପୋରେସନ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଶାଖାକୁ ଖୋଲିବାକୁ ଦେଇନଥିଲେ। ଏହି ସବୁ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ଜଜ୍‌ ଓ ଅନ୍ୟ ବିଚାରବିଭାଗୀୟ ଅଧିକାରୀ କୋର୍ଟ ପରିସରକୁ ପ୍ରବେଶ କରି ନପାରି ଫେରି ଯାଇଥିଲେ। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଲତରେ ପୂର୍ବ ଭଳି ଅଚଳାବସ୍ଥା ଜାରି ରହିଥିଲା। ଏହି ଆନ୍ଦୋଳନରେ ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ କୁମାର ନାୟକ, ଉପସଭାପତି ବ˚ଶୀଧର ଶତପଥୀ, ସ˚ପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମସ˚ପାଦକ ର˚ଜନ ନାୟକ, ପ୍ରଦୀପ ମହାନ୍ତି, ସୁରେଶ ଜେନା, କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ, ସ˚ପାଦକ ନରେଶ ଚନ୍ଦ୍ର ଜେନା, କୃପାସିନ୍ଧୁ ସାହୁ, ଦିଲ୍ଲୀପ ମହାପାତ୍ର, ପୂର୍ବତନ ସ˚ପାଦକ କ୍ଷେତ୍ରମୋହନ ଧଳ, କ୍ରିମିନାଲ କୋର୍ଟସ୍‌ ବାର‌୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି, ଉପସଭାପତି ଟଙ୍କଧର ମିଶ୍ର, ସ˚ପାଦକ ପ୍ରଦୀପ କୁମାର ପରିଡା, ଯୁଗ୍ମସ˚ପାଦକ ବିଷ୍ଣୁପ୍ରିୟା ବେହେରା, କୋଷାଧୢକ୍ଷ ଲକ୍ଷ୍ମୀନାରାୟଣ ଦାସ, ପୂର୍ବତନ ସଭାପତି ରଣଜିତ କେଶରୀ ରାୟ, କାମଦେବ କାନୁନଗୋ, ବିଜୟ କୁମାର ରଗଡ, ସ˚ଜୟ ଦାସ, ଜଗନ୍ନାଥ ମହାନ୍ତି, ଗଙ୍ଗାଧର ସାମଲ, ପ୍ରଦୀପ୍ତ ପଟ୍ଟନାୟକ, କ୍ୟାଟ୍‌, ସ୍ୟାଟ୍‌, କ˚ଜ୍ୟୁମର ବାର‌୍‌ ଆସୋସିଏସନ୍‌, ଏମଭି ଲୟର୍ସ ଆସୋସିଏସନର କର୍ମକର୍ତ୍ତା, ସଦସ୍ୟ, ଅନ୍ୟ ଜିଲ୍ଲାରୁ ଆସିଥିବା ଆଇନଜୀବୀ ପ୍ରତିନିଧି ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର