ସୀମା ଟପିଲା ଶିକ୍ଷକଙ୍କ ଶାସନ: ସ୍କୁଲ ପରିସରରେ ଛାତ୍ରଙ୍କୁ ପିଟିପିଟି ବାଡ଼ି ଭାଙ୍ଗି ଦେଲେ, ନିଲମ୍ବିତ କଲେ ବ୍ଲକ୍ ଶିକ୍ଷା ଅଧିକାରୀ

କେନ୍ଦୁଝର : ବିଦ୍ୟାଳୟରେ ସୀମା ଟପିଗଲା ଶିକ୍ଷକଙ୍କ ଶାସନ । ଛାତ୍ରଙ୍କୁ ଶିକ୍ଷକଙ୍କ ବାଡିଭଙ୍ଗା ମାଡ । ବିଦ୍ୟାଳୟ ପରିସରରେ ପିଲାଙ୍କୁ ପିଟିପିଟି ବାଡି ଭାଙ୍ଗି ଦେଲେ ଶିକ୍ଷକ । ଏମିତି ଏକ ଅଭବାନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଂଚଳରେ । ହରିଚନ୍ଦନପୁର ପିତାଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ଧାଡି କରି ଆଣ୍ଠେଇ ପ୍ରଧାନ ଶିକ୍ଷକ ପ୍ରବଳ ମାଡ ମରିଥିଲେ।

ଗଣିତ ଭୁଲ ହେବାରୁ ଶ୍ରେଣୀ ଗୃହ ଆଗରେ ପିଲାମାନଙ୍କୁ ଆଣ୍ଠେଇ ଦେଇଥିଲେ ପ୍ରଧାନ ଶିକ୍ଷକ ରତି ନାରାୟଣ ରାଉତ । ଆଉ ଏହା ପରେ ପିଲାଙ୍କୁ ମାଡ ମାରିବା ପାଇଁ ଶିକ୍ଷକ ଜଣଙ୍କ ନିଜର ସବୁ ବଳ ଲଗେଇ ଦେଇଥିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହୋଇଛି।  ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଂଚଳ ଭାବେ ଘୋଷାଣା କରାଯାଇଥିବା ବେଳେ ଶିକ୍ଷକଙ୍କ ବାଡି ଭଙ୍ଗା ମାଡ ଘଟଣା ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଶିକ୍ଷା ବିଭାଗ । ସଂପୃକ୍ତ ଶିକ୍ଷକ ରତି ନାରାୟଣ ରାଉତଙ୍କୁ ନିଲମ୍ବିତ କରିଛନ୍ତି ବ୍ଲକ ଶିକ୍ଷାଧିକାରୀ । ସେପଟେ ଏଭଳି ମାଡ ମାରିଥିବାରୁ ଭୁଲ ମାଗିଛନ୍ତି ସଂପୃକ୍ତ ଶିକ୍ଷକ ।

ସମ୍ବନ୍ଧିତ ଖବର