ଜୁନ୍‌ ପହିଲାରୁ ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା, ପ୍ରଥମ ପର୍ଯ୍ୟାୟରେ ୩୨୩୩ଜଣ ଅନ୍ତର୍ଭୁକ୍ତ

ଭୁବନେଶ୍ୱର : ଆସନ୍ତା ଜୁନ୍‌ ପହିଲାରୁ କର୍ମଜୀବୀ ସାମ୍ବାଦିକମାନଙ୍କ ପାଇଁ ‘ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା’ କାର୍ଯ୍ୟକାରୀ ହେବ। ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୃକ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତିି। ପ୍ରଥମ ପର୍ଯ୍ୟାୟରେ ୩୨୩୩ଜଣ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଦେଇଥିବା ସୂଚନା ଅନୁଯାୟୀ କର୍ମଜୀବୀ ସାମ୍ବାଦିକଙ୍କ ସମେତ ତାଙ୍କ ପରିବାରର ୫ଜଣ ସଦସ୍ୟ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସହାୟତା ପାଇପାରିବେ। ଏହି ଯୋଜନାରେ ସ୍ୱାସ୍ଥ୍ୟ ବୀମା କାର୍ଡ ସଂପୃକ୍ତ ସାମ୍ବାଦିକମାନଙ୍କୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ଜରିଆରେ ବଣ୍ଟନ କରାଯିବ। ହିତାଧିକାରୀମାନେ ସେମାନଙ୍କର ସ୍ୱାସ୍ଥ୍ୟ ବୀମା ଆଇଡେଣ୍ଟିଫିକେସନ୍‌ ନମ୍ବର ବ୍ୟବହାର କରି ଏହି ସୁବିଧା ପାଇପାରିବେ।

ସମ୍ବନ୍ଧିତ ଖବର