କରୋନା ମୁକାବିଲା ପାଇଁ ରାଜ୍ୟର ପ୍ରତି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

ନିଜ ମେଡିକାଲ ଅଧୀନରେ ଯାଉଥିବା ଜିଲ୍ଲା ଟିମକୁ ବୈଷୟିକ ସହାୟତା ଯୋଗାଇଦେବାକୁ ନିର୍ଦେଶ

କଟକ: କୋଭିଡ଼- ୧୯ର ମୁକାବିଲା ପାଇଁ ରାଜ୍ୟର ପ୍ରତି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ୱତନ୍ତ୍ର ନିର୍ଦେଶନାମା ଜାରି କରିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ।

ରାଜ୍ୟର ରାଜ୍ୟର ୭ଟି ମେଡିକାଲ କଲେଜର ଡ଼ିନ୍, ଅଧ୍ୟକ୍ଷ ଓ ଅଧୀକ୍ଷକମାନଙ୍କୁ ଚିଠି ଲେଖି ସେମାନଙ୍କ ଅଧୀନରେ ଯାଉଥିବା ପ୍ରତି ଜିଲ୍ଲା ସର୍ବିଲାନ୍ସ ୟୁନିଟ ଓ ରାପିଡ଼ ରେସ୍ ପୋନ୍ସ ଟିମକୁ ବୈଷୟିକ ସହାୟତା ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି।
ସିଭିୟର ଆକ୍ୟୁଟ ରେସ୍ପି ରୋଟାରି ସଂକ୍ରମଣ, ଇନଫ୍ଲୁଏଞ୍ଜ ଓ ସାଧାରଣ ଫ୍ଲୁ ଜନିତ ଅସୁସ୍ଥତା, କରୋନା ଚିହ୍ନଟ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟାରେ ସହଯୋଗ କରିବାକୁ ଚିଠିରେ ନିର୍ଦେଶ ଦିଆଯାଇଛି।
କଟକ ବଡ଼ ଡାକ୍ତରଖାନା ଅଧୀନରେ କଟକ, ଢେ଼ଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲା ଯାଉଥିବାରୁ ସେହି ଜିଲ୍ଲା ମେଡିକାଲଗୁଡ଼ିକୁ ସହାୟତା ଦେବା ପାଇଁ ନିର୍ଦେଶ ଦେଇଛନ୍ତି।

ସେହିପରି ଏମକେସିଜି ବ୍ରହ୍ମପୁର ଅଧୀନରେ ଯାଉଥିବା ବୌଦ୍ଧ, ଗଞ୍ଜାମ, ଗଜପତି କନ୍ଧମାଳ, ଭୀମସାର ବୁର୍ଲା ଅଧୀନରେ ଅନୁଗୁଳ, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା, କୋରାପୁଟ ମେଡିକାଲ କଲେଜ ଅଧୀନରେ ମାଲକାନଗିରି, କୋରାପୁଟ,ନବରଙ୍ଗପୁର ଓ ରାୟଗଡ଼ା, ବାରିପଦା ମେଡିକାଲ କଲେଜ ଅଧୀନରେ କେନ୍ଦୁଝର ଓ ମୟୁରଭଞ୍ଜ, ବାଲେଶ୍ବର ମେଡିକାଲ କଲେଜ ଅଧୀନରେ ଭଦ୍ରକ ଓ ବାଲେଶ୍ବର, ବଲାଙ୍ଗିର ମେଡିକାଲ କଲେଜ ଅଧୀନରେ କଳାହାଣ୍ଡି, ବଲାଙ୍ଗିର, ନୂଆପଡା ଓ ସୋନପୁର ଜିଲ୍ଲା ଯାଉଛି।

ସେହି ଜିଲ୍ଲା ମେଡିକାଲଗୁଡିକୁ ବୈଷୟିକ ସହାୟତା ଯୋଗାଇଦେବାକୁ ସ୍ୱାସ୍ଥ୍ୟସଚିବ ନିକୁଞ୍ଜ ବିହାରୀ ଧଳ ରାଜ୍ୟର ସମସ୍ତ ମେଡିକାଲ୍ କଲେଜର ଡ଼ିନ୍, ଅଧ୍ୟକ୍ଷ ଓ ଅଧୀକ୍ଷକମାନଙ୍କୁ ନିର୍ଦେଶନାମା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର