ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ୪ ମାସର ଆଗୁଆ ଦରମା ମିଳିବ

ଭୁବନେଶ୍ବର: କରୋନା ମୁକାବିଲା ନେଇ ବୁଧବାର ଏକ ବଡ଼ ଘେ‌ାଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମୁକାବିଲା ନେଇ ବିଭିନ୍ନ ସରକାରୀ ଡାକ୍ତରଖାନାରେ ନିୟୋଜିତ ଥିବା  ରାଜ୍ୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିବା ଲାଗି ସେମାନଙ୍କୁ ୪ ମାସର ଆଗୁଆ ଦରମା ଦେବାକୁ ଘୋଷଣା କରିଛନ୍ତି। ସେମାନଙ୍କୁ ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଦରମା ଏପ୍ରିଲ ମାସରେ ମିଳିବ। । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ରାଜ୍ୟର ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ ସ୍ବାଗତ କରିଛନ୍ତି। ଏଥିସହ ପ୍ରତିକୂଳ ପରିସ୍ଥିତିରେ ରୋଗୀଙ୍କୁ ସେବା ଯୋଗାଉଥିବା ହେତୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ ପକ୍ଷରେ ସେ କହିଛନ୍ତି ଯେ ଯେଉଁମାନେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟରେ ଅଯଥାରେ ଦଖଲ ଦେବେ ଓ ସେମାନଙ୍କୁ ଦୁର୍ବବ୍ୟବହାର କରିବେ, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଏକ ଭିଡିଓ ବାର୍ତ୍ତା ଜାରିକରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ବାରା ସ୍ୱାସ୍ଥ୍ୟକର୍ମୀମାନେ ଉତ୍ସାହିତ ହେବା ସହ ସେମାନଙ୍କର ମନୋବଳ ବଢ଼ିଛି।

 

ସମ୍ବନ୍ଧିତ ଖବର