ଭୁବନେଶ୍ବର, : ରାଜ୍ୟ ସମବାୟ ବ୍ୟାଙ୍କରେ ହୋଇଥିବା ୬ଶହ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗର ଶୁଣାଣି ଆସନ୍ତା ସୋମବାର ଲୋକାୟୁକ୍ତଙ୍କ ଦୁଇ ଜଣିଆ ଖଣ୍ଡପୀଠ କରିବେ। ସୂଚନାଧିକାର କର୍ମୀ ମିଳିତଭାବେ ଏହି ଦୁର୍ନୀତି ଘଟଣାରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଲୋକାୟୁକ୍ତ ଗ୍ରହଣ କରିବା ସହିତ ୧୩୭/୨୦୧୯ରେ ମାମଲା ଦାୟର ହୋଇଛି।
ଉଲ୍ଲେଖ ଯେ, ୨୦୧୫ ମସିହାରୁ ରାଜ୍ୟ ସମବାୟ ବ୍ୟାଙ୍କରେ ଚାଲିଥିବା ବ୍ୟାପକ ଦୁର୍ନୀତି ସଂପର୍କରେ ଅନେକ ଅଭିଯୋଗ ହୋଇଥିଲା। ୨୦୧୭ ମସିହାରେ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ଡା. ଦାମୋଦର ରାଉତ ବ୍ୟାଙ୍କର ଜାଲିଆତି ନେଇ ତଦନ୍ତ ନିର୍ଦେଶ ଦେଇଥିଲେ। ମାତ୍ର ଏଥିରେ ତଦନ୍ତ ହୋଇ ନ ଥିଲା କି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ନ ଥିଲା। ଏହି ଘଟଣାରେ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ, ସଂଯୁକ୍ତା ପାଣିଗ୍ରାହୀ ଓ ଆଇନଜୀବୀ ସୁଧୀର ମହାନ୍ତି ଲୋକାୟୁକ୍ତଙ୍କ ନିକଟରେ ଗତ ୯ତାରିଖରେ ୨୦ଫର୍ଦ୍ଦର ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)