ଦୁର୍ଗାପୂଜା ସମୟରେ ଲୋମଟାଙ୍କୁରା କାଣ୍ଡ, ନାବାଳକକୁ ବଳି!

ନଦୀପଠାରୁ ମୁଣ୍ତବିହୀନ ଶବ ଉଦ୍ଧାର, ୧୩ ତାରିଖ ସନ୍ଧ୍ୟାରୁ ନିେଖାଜ ଥିଲା

ଟିଟିଲାଗଡ଼/ ସିନ୍ଧେକେଲା: ଦୁର୍ଗାପୂଜାକୁ େନଇ କମ୍ପୁଛି ଓଡ଼ିଶା। ଗାଁ ଗଣ୍ଡା, ସହର ବଜାର ସମସ୍ତେ େଦବୀଙ୍କ ପୂଜାରେ ମଗ୍ନ। ଠିକ୍ ଏମିତି ଏକ ସମୟରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଜଣେ ନାବାଳକକୁ ବଳି ଦିଆଯାଇଥିବା େନଇ ଏକ ଚାଞ୍ଚଲ୍ୟକର ଅଭିେଯାଗ ହସ୍ତଗତ େହାଇଛି। ଅନ୍ଧବିଶ୍ବାସର ପରିଣତି େକତେ ଭୟଙ୍କର େହାଇପାରେ, ତାର ଏକ ବିକଟାଳ ରୂପ ଆଜି ଏଠାରେ ପରିଲକ୍ଷିତ େହାଇଛି। ସ୍ଥାନୀୟ ଶୁଣ୍ଢିମୁଣ୍ଡା ଗାଁ ନିକଟରେ ଥିବା ଉନ୍ଦେର ନଦୀପଠାରୁ ଏକ ନାବାଳକର ମୁଣ୍ଡ ବିହୀନ ଶବ ଆଜି ଜବତ େହାଇଛି। ମୃତ ନାବାଳକ ସିନ୍ଧେକେଲା ରଣାପଡାର ହୀରା ରଣାଙ୍କ ସାନ ପୁଅ ଘନଶ୍ୟାମ (ମିଥୁନ)। ତାର ବୟସ ୯ବର୍ଷ। େସ ସିନ୍ଧେକେଲା ପ୍ରାଥମିକ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ର। ଗତ ୧୩ ତାରିଖରୁ ଘନଶ୍ୟାମ ନିେଖାଜ ଥିଲା।

ଆଜି ଏହି ଖବର ପ୍ରଚାର େହବା ପରେ େକବଳ ସ୍ଥାନୀୟ ଅଞ୍ଚଳ ନୁେହଁ, ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି େହାଇଛି। ପୂଜା ସମୟରେ ଏହି ଅଘଟଣ ଘଟିଛି ଓ ଘନଶ୍ୟାମର ମୁଣ୍ଡ ଓ ଗଣ୍ଡି ଅଲଗା କରାଯାଇଥିବାରୁ େକହି ତାନ୍ତ୍ରିକ ନରବଳି େଦଇଥିବା ସନ୍ଦେହ କରାଯାଉଛି। େଗାଟିଏ ନିଷ୍ପାପ ଶିଶୁ ପ୍ରତି େକହି ଏଭଳି ନିର୍ଦୟ ଆଚରଣ କରିପାରେ, ତାହାକୁ େକହି ବିଶ୍ବାସ କରିପାରୁନାହାନ୍ତି। ଯିଏ େଦଖୁଛି, ତା ହୃଦୟ ଥରି ଯାଉଛି। େତବେ ପୁଲିସ ପୂର୍ବ ଶତ୍ରୁତା ଏବଂ ନରବଳି ଏଭଳି ଦୁଇଟି ଦିଗକୁ େନଇ ତଦନ୍ତ ଆରମ୍ଭ କରିଛି। ସିନ୍ଧେକେଲା ରଣାପଡ଼ାର ହୀରା ରଣାଙ୍କ ହାଟପଦା ନିକଟରେ ଏକ ଅଣ୍ତା ଦୋକାନ ରହିଛି। ତାଙ୍କର ୪ ସନ୍ତାନ। ଗତ ଶନିବାର ହୀରା ତାଙ୍କ ସାନପୁଅ ଘନଶ୍ୟାମଙ୍କୁ କିଛି ଜିନିଷ କିଣିବା ପାଇଁ ପଇସା ଦେଇ ଦୋକାନକୁ ପଠାଇଥିଲେ। ବହୁ ସମୟ ପରେ ବି ଘନଶ୍ୟାମ ଘରକୁ ନ ଫେରିବାରୁ ହୀରା ତାଙ୍କ ଅନ୍ୟ ଏକ ପୁଅକୁ ଖୋଜିବାକୁ ପଠାଇଥିଲେ। ମାତ୍ର ଘନଶ୍ୟାମଙ୍କ ପତ୍ତା ମିଳିନଥିଲା। ପରିବାର େଲାକେ ଏ େନଇ ତା ପରଦିନ ଅର୍ଥାତ୍ ୧୪ ତାରିଖରେ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ ଜାରି ରଖିଥିଲେ ବି ଘନଶ୍ୟାମ ସଂପର୍କରେ କିଛି ବି ଟେର୍ ପାଇନଥିଲା।

ଆଜି ଉନ୍ଦେର ନଦୀର ଶୁଣ୍ଢିମୁଣ୍ତା ନିକଟରେ ଏକ ମୁଣ୍ତ ବିହୀନ ନାବାଳକର ଶବ ପଡିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଟିଟିଲାଗଡ଼ ଏସ୍‌ଡିପିଓ ସରୋଜ ମହାପାତ୍ର, ସିନ୍ଧେକେଲା ଥାନାଧିକାରୀ ରଞ୍ଜନ ବରିହା, ମାଜିଷ୍ଟ୍ରେଟ ଭାବେ ଟିଟିଲାଗଡ ଅତିରିକ୍ତ ତହସିଲଦାର ନରେନ୍ଦ୍ର ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିଲେ।ଶବଟି ବାଲିରେ ପୋତା ହୋଇ ଥିବା ବେଳେ ଶବର ମୁଣ୍ତ ନ ଥିବା ଦେଖିବାକୁ ମିଳିଥିଲା। ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ କରିଥିଲେ। ଶବ ମିଳିଥିବା ସ୍ଥାନରେ ଅଧିକ ଖୋଜାେଖାଜି କରିବା ପରେ ନିକଟସ୍ଥ ଅଞ୍ଚଳରୁ ଘନଶ୍ୟାମର କଟା ମୁଣ୍ଡ ମିଳିଥିଲା। ‌ତେବେ ‌ସେଠାରେ େକହି ଘନଶ୍ୟାମକୁ ହତ୍ୟା କରି ପକାଇଛି କିମ୍ବା ଅନ୍ୟ େକଉଁଠାରେ ଅପରାଧ ଘଟାଇ ନିଜର ସୁରକ୍ଷା ପାଇଁ ଏଠାରେ ଶବ ପକାଇଛି, ତା ଉପରୁ ରହସ୍ୟ ଉଠିନାହିଁ। ଘନଶ୍ୟାମର ଶବ ସୂଚାଉଛି େଯ ଦୁଇ ତିନି ତଳୁ ତାକୁ ହତ୍ୟା କରାଯାଇଛି। ଅର୍ଥାତ୍ ୧୩ ତାରିଖ କିମ୍ବା ୧୪ ତାରିଖରେ ବଳି ଦିଆଯାଇଥିବା ସନ୍ଦେହ ବଢୁଛି। ଶରୀରରେ ଆଉ ବିେଶଷ କୌଣସି କ୍ଷତ ପରିଲକ୍ଷିତ େହାଇନାହିଁ। ଏମିତିରେ ବି ସ୍ଥାନୀୟ ଅଞ୍ଚଳରେ ଗୁଣି ଗାେରଡି ଓ ତନ୍ତ୍ରମନ୍ତ୍ରର କିଛି ପ୍ରଭାବ ରହିଛି। ଅତୀତରେ ଏମିତି ଏକାଧିକ ଘଟଣା ଘଟିଛି। ଏଣୁ ଅନ୍ଧବିଶ୍ବାସର ବଶବର୍ତୀ େହାଇ େକହି ସିଦ୍ଧି ହାସଲ ଲାଗି ଏପରି ଅପରାଧ ଘଟାଇଥିବା ପୁଲିସ ସନ୍ଦେହ କରୁଛି।

ତେବେ ସନ୍ଧ୍ୟା ସମୟରେ ୯ବର୍ଷ ବୟସର େଗାଟିଏ ବାଳକ ଅପହରଣ େହଲା, େକହି େକମିତି ଏ େନଇ ଜାଣିପାରିେଲନି? ଏହି ଘଟଣା ପଛରେ ସ୍ଥାନୀୟ ଅଞ୍ଚଳର କେହି ନାହିଁ ତ? ଅନ୍ୟଥା ଏତେ ବଡ଼ ପିଲାକୁ େକହି ଉଠାଇ େନବା କଷ୍ଟସାଧ୍ୟ େବାଲି ବରିଷ୍ଠ ପୁଲିସ ଅଧିକାରୀମାେନ କହିଛନ୍ତି। େସହିଭଳି ଅପରାଧ ନିଶ୍ଚିତ ଭାବେ କୌଣସି ନିଭୃତ ସ୍ଥାନରେ ଘଟାଇଥାଇପାରେ। ନ େହଲେ ଶିଶୁର ଚିତ୍କାର ଶୁଭିଥାନ୍ତା। େଯହେତୁ ଶବ ପଡିଥିବା ସ୍ଥାନରେ ରକ୍ତ କିମ୍ବା ଅନ୍ୟ କୌଣସି ଆନୁଷଙ୍ଗିକ ଜିନିଷ ମିଳିନାହିଁ, ଏଣୁ ମାମଲାର ଗୁରୁତ୍ବ ବଢିଯାଇଛି। ଏମିତି େହାଇପାରେ େଯ ଶବ ମୁଣ୍ଡ େପାତିବା ଭଳି େକହି ରକ୍ତ ଚିହ୍ନ ଆଦିକୁ ବାଲି େଘାଡାଇ େଦଇ ଥାଇପାରେ। ଏଣୁ ଏହି ମାମଲା ଉଚ୍ଚସ୍ତରୀୟ ତଦନ୍ତ ଅପେକ୍ଷା କରୁଛି େବାଲି ବରିଷ୍ଠ ପୁଲିସ ଅଧିକାରୀମାେନ କହିଛନ୍ତି। ଉଲ୍ଲେଖଥାଉକି, ହୀରା ପୁଲିସକୁ କହିଛନ୍ତି େଯ ତାଙ୍କର େକହି ଶତ୍ରୁ ନାହାନ୍ତି। କୌଣସି ତାନ୍ତ୍ରିକ ଘନଶ୍ୟାମକୁ ବଳି େଦଇଥାଇପାରନ୍ତି।

ସମ୍ବନ୍ଧିତ ଖବର