ହାସ୍ୟ ଅଭିନେତା ଜୟୀଙ୍କ ହୃଦ୍‌ଘାତଜନିତ ଅସ୍ତ୍ରୋପଚାର

କଟକ :ଓଲିଉଡର କମେଡି କିଙ୍ଗ ଜୟୀରାମ ସାମଲଙ୍କର ହୃଦ୍‌ଘାତ ଜନିତ ସମସ୍ୟାକୁ ନେଇ ଅସ୍ତ୍ରୋପଚାର ହୋଇଛି । ଗତକାଲି ଜୟୀ କଟକ ତୁଳସୀପୁରସ୍ଥିତ ବାସଭବନରେ ଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ କିମ୍‌ସ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କର ଆଞ୍ଜିଓଗ୍ରାଫି କରାଯାଇଥିଲା । ରିପୋର୍ଟରେ ତାଙ୍କ ଛାତିରେ ବ୍ଲକେଜ ଥିବା ଜଣାପଡଥିଲା। ଆଜି ତାଙ୍କ ଛାତିରେ ଅସ୍ତ୍ରୋପଚାର ହୋଇଛି। ଏବେ ସେ ଆଇସିୟୁରେ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲଥିବା ଡାକ୍ତର ସୂଚନା ଦେଇଛନ୍ତି । ଜୟୀଙ୍କ ଅସୁସ୍ଥତା ଖବର ପାଇ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଅଭିନେତା ଶ୍ରୀତମ ଦାସ, ବ୍ରଜ ସିଂ ପ୍ରମୁଖ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ୭୦ ବର୍ଷୀୟ ଜୟୀ ଓଡ଼ିିଆ ସିନେମାରେ ତିନି ଶହରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କର ପ୍ରଂଶସା ସାଉଁଟିଛନ୍ତି।

ସମ୍ବନ୍ଧିତ ଖବର