ମାଡ଼ି ଆସିଲା ଘନ କୁହୁଡ଼ି, ଦିନରେ ଲୁଚିଗଲା ସୂର୍ଯ୍ୟମନ୍ଦିର

କୋଣାର୍କ : ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରୁ କୋଣାର୍କରେ ଘନ କୁହୁଡ଼ି ସୃଷ୍ଟି ହୋଇଥିଲା। ଏହାର ପ୍ରଭାବ ଆଜି ଦିନ ପ୍ରାୟ ସାଢ଼େ ୯ଟା ପର୍ଯ୍ୟନ୍ତ ରହିଥିଲା। ସମଗ୍ର ଅଂଚଳ କୁହୁଡ଼ିର ଚାଦର ‌ତଳେ ରହିବାରୁ ସୂର୍ଯ୍ୟଦର୍ଶନ ପାଇଁ ଚନ୍ଦ୍ରଭାଗାକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ନିରାଶ ହେବାକୁ ପଡ଼ିଛି।

ଆଜି ଅପରାହ୍ନ ୪ଟାପରେ ହଠାତ କୁହୁଡ଼ି ମାଡ଼ି ଆସିଥିଲା। କୁହୁଡ଼ିର ପ୍ରଭାବ ଏଭଳି ଥିଲା ଯେ ମୁହଁକୁ ମୁହଁ ଦେଖାଯାଇ ନଥିଲା। ଅପରାହ୍ନରେ ହୋଇଥିବା ଏହି କୁହୁଡ଼ି ଯୋଗୁଁ ସୂର୍ଯ୍ୟମନ୍ଦିର ଲୁଚି ଯାଇଥିବାବେଳେ ଗାଡ଼ିଚାଳକମାନଙ୍କୁ ବେଳାମାର୍ଗ ଅତିକ୍ରମ କରିବାକୁ ନାକେଦମ ହେବାକୁ ପଡ଼ିଥିଲା। କୁହୁଡ଼ି ପ୍ରଭାବ ପାଇଁ ସନ୍ଧ୍ୟା ସାଢ଼େ ଛଅଟାରେ ଆରମ୍ଭ ହେଉଥିବା ମନ୍ଦିରର ଲାଇଟ ଆଣ୍ଡ୍‌ ସାଉଣ୍ଡ୍‌ ସୋକୁ ବନ୍ଦ ରଖାଯିବାରୁ ପର୍ଯ୍ୟଟକ ନିରାଶ ହୋଇଛନ୍ତି। କୋଣାର୍କ ଅଂଚଳର ବରିଷ୍ଠ ନାଗରିକମାନଙ୍କ ମତରେ ଦିନ ୪ ଟାରୁ ହଠାତ ଏଭଳି କୁହୁଡ଼ିର ଆଗମନ ବୋଧହୁଏ ପ୍ରଥମ ଥର ପାଇଁ ଘଟିଲା। ଦିନ ସମୟରୁ ଆରମ୍ଭ ହୋଇଥିବା କୁହୁଡ଼ିର ପ୍ରଭାବ ହେତୁ ସମଗ୍ର ଅଂଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହିତ ଦୁର୍ଘଟଣାର ଆଶଙ୍କା ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର