ରାଜ୍ୟର ବିଭିନ୍ନ ସ୍ଥାନରେ ୭ ରୁ ୯ ତାରିଖ ମଧ୍ୟରେ ପ୍ରବଳ ବର୍ଷା!

ଭୁବନେଶ୍ୱର: ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ୭ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ସମୟକ୍ରମେ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଆସନ୍ତା ୭ରୁ ୯ ତାରିଖ ମଧ୍ୟରେ ଉପକୂଳ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସୋମବାର ଦିନ ଉତ୍ତର ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ପଶ୍ଚିମବଙ୍ଗର ଗାଙ୍ଗେୟ ଅବବାହିକାକୁ ଗତି କରିଛି। ଏହାର ପ୍ରଭାବରେ ଉତ୍ତର, ଦକ୍ଷିଣରେ କାଁ ଭାଁ ବର୍ଷା ଲାଗି ରହିଛି। ମୌସୁମୀ ସକ୍ରିୟ ଥିବା ଯୋଗୁଁ ବାୟୁମଣ୍ଡଳରେ ଏବେ ଜଳୀୟବାଷ୍ପ ରହିଥିବାରୁ ସାମାନ୍ୟ ତାତି ବିଲେ ଘଡ଼ଘଡ଼ି ସହିତ ମିଶି ବର୍ଷା କରାଉଛି। ତେବେ ଘୂର୍ଣ୍ଣିବଳୟର ପ୍ରଭାବ କ୍ରମଶଃ ଅପସରି ଯିବା ପରେ ବର୍ଷାର ପରିମାଣ ବି କମିଯିବ।

ପାଣପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଥାଇଲ୍ୟାଣ୍ଡ ଉପକୂଳକୁ ଗତି କରିଥିବା ଘୂର୍ଣ୍ଣିବଳୟ ଆଗାମୀ ୭ ତାରିଖ ବେଳକୁ ଓଡ଼ିଶା ଉପକୂଳରେ ଆସି ପହଞ୍ଚିବ। ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ବି ରହିଛି। ଏହାର ପ୍ରଭାବରେ ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଗଞ୍ଜାମ, ନୟାଗଡ଼, ଗଜପତି ଆଦି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ।

 

ସମ୍ବନ୍ଧିତ ଖବର