ବର୍ଷା ବିତ୍ପାତ : ସ୍ଥିତି ଅସମ୍ଭାଳ, ମୁଖ୍ୟମନ୍ତ୍ରୀଙ୍କ ଜରୁରି ବୈଠକ

ଅବପାତର ରୂପ ନେଲା ଲଘୁଚାପ, ବିଭିନ୍ନ ସ୍ଥାନରେ ବର୍ଷା ବିିତ୍ପାତ, କଟକ ଭୁବନେଶ୍ୱର ଜଳବନ୍ଦୀଙ୍କୁ ଦିଆଯିବ ରନ୍ଧା ଖାଦ୍ୟ

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ରାଜ୍ୟରେ ଜାରି ରହିଥିବା ଲଗୁଚାପ ଜନିତ ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇଛିି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଯୋଗୁଁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟେକ ପରିସ୍ଥିତିର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଦେନବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀ, ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀଙ୍କ ସହିତ ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ।

ବୈଠକ ପରେ ସୂଚନାଦେଇ ଏସଆରସି ଶ୍ରୀ ସେଠୀ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ପୁରୀରେ ୩୨୨ ମିଲିମିଟର ବର୍ଷା ହୋଇଥିବା ବେଳେ କଳାହାଣ୍ଡିରେ ୧୯୯ ମିମି ବର୍ଷା ହୋଇଛି। ସେହିପରି ରାଜ୍ୟର ୧୬ଟି ବ୍ଲକ୍‌ରେ ୨୦୦ ମିିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ୩୫ଟି ବ୍ଲକ୍‌ରେ ୧୦୦ରୁ ୨୦୦ ମିମି ମଧ୍ୟର ବର୍ଷା ହୋଇଛି।

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟିି ହୋଇଥିବା େଓ୍ଵଲମାର୍କଡ୍‌ ଲଘୁଚାପ ଆଜି ଅବପାତର ରୂପ ନେଇଥିବାରୁ ବର୍ଷା ଆହୁରି ୪୮ଘଣ୍ଟା ଲାଗି ରହିବ ବୋଲି କୁହାଯାଇଛି। ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବାହିନୀର ୩୧୭ଟି ୟୁନିଟ୍‌କୁ ସଜାଗ ରଖାଯାଇଥିବା ବେଳେ ୨୦ଟି ଓଡ୍ରାଫ୍ଟ ଟିମ୍‌ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି।


ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଖୋର୍ଦ୍ଧା, କଟକ, ପୁରୀ, ଭୁବନେଶ୍ୱର, କେନ୍ଦୁଝର, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି . ଭଦ୍ରକ ସହିତ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇଛି।


ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଉତ୍ତରପଶ୍ଚିମ ଦିଗରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘଡ଼ଘଡ଼ି ସହିତ ବର୍ଷା ହେବ। ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଗଜପତି, ସମ୍ବଲପୁର, ଦେବଗଡ଼, ମାଲକାନଗିରି, ପୁରୀ, କୋରାପୁଟ, ରାୟଗଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଆଜି ସକାଳୁ ଲାଗି ରହିଥିବା ଲଘୁଚାପଜନିତ ବର୍ଷା ଯୋଗୁଁ ବ୍ରହ୍ମଗିରିର ଅଲାରନାଥ ମନ୍ଦିର ବେଢ଼ାରେ ପାଣି ପଶି ଶ୍ରୀଜୀଉଙ୍କ ରତ୍ନ ବେଦୀ ପର୍ଯ୍ୟନ୍ତ ପାଣି ଲାଗିଯାଇଛି। କୋଣାର୍କ ମନ୍ଦିର ପରିସର ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇ ଯାଇଛି।

ସେହିପରି ପୁରୀର ବଡ଼ଦାଣ୍ଡ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ ତଳିଆ ଅଞ୍ଚଳରେ ପାଣି ଜମି ରହିଥିବା ବେଳେ କଟକ-ଭୁବନେଶ୍ୱରର ସ୍ଥିତି ଅତ୍ୟନ୍ତ ଖରାପ ହୋଇ ଯାଇଛିି। ଜଳନିଷ୍କାସନ ବ୍ୟବସ୍ଥା ଠିକ୍‌ ନ ଥିବାରୁ ଲୋକଙ୍କ ଘର ଭିତରେ ପାଣି ପଶି ଯାଇଛି। ବହୁ ଲୋକ ଜଳବନ୍ଦୀ ଅଛନ୍ତି। ଜଳବନ୍ଦୀ ଥିବା କଟକ, ଭୁବନେଶ୍ୱରଲୋକଙ୍କୁ ସରକାର ରନ୍ଧା ଖାଦ୍ୟ ପ୍ରଦନ କରିବେ ବୋଲି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି। ଅପରପକ୍ଷେ ଆଜି ରହିଥିବା ଲଗାଣ ବର୍ଷାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରର କାରଗିଲ ବସ୍ତି ପଟ ପାଚେରି ଭୁଶୁଡ଼ି ପଡ଼ିଛି।

ସେହିପରି ରାଜଭବନର ପାଚେରି ଭୁଶୁଡ଼ି ପଡ଼ିଥିବାରୁ ରାଜଭବନ ହରିଣ ଉଦ୍ୟାନର କିଛି ହରିଣ ପଦାକୁ ବାହାରି ଯାଇଥିବା ଜଣାଯାଇଛିି। ଭଦ୍ରକ ମେଡିକାଲ ଭିତରେ ପାଣି ପଶିଯାଇଥିବା ବେଳେ ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଭିତରେ ପାଣି ପଶିଯାଇଛିି।

ସମ୍ବନ୍ଧିତ ଖବର