ଆଗାମୀ ୨୪ଘଣ୍ଟା ଯାଏଁ ପାଗ ଶୁଖିଲା ରହିବ

ଜଳବନ୍ଦୀରେ ଦିଲ୍ଲୀ-ଏନ୍‌ସିଆର

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ଆଶଙ୍କା ନାହିଁ ଏବଂ ପାଗ ଶୁଖିଲା ରହିବ ବୋଲି ଗୁରୁବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମନ୍ୟ ବର୍ଷା ହେବା ନେଇ ଆଶଙ୍କା ରହିଛି।

ଗତକାଲି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୩.୪ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ୨୦.୪ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା। ସେହିପରି କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର, କୋରାପୁଟ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ସୁନ୍ଦରଗଡ଼, ଖୋର୍ଦ୍ଧା, ଅନୁଗୁଳ, ବରଗଡ଼, ଯାଜପୁର ଓ ନବରଙ୍ଗପୁର ଆଦି ସ୍ଥାନରେ ବର୍ଷା ହୋଇଥିଲା।

ଜଳବନ୍ଦୀରେ ଦିଲ୍ଲୀ-ଏନ୍‌ସିଆର

ସେପଟେ ଗୁରୁବାର ସକାଳେ ଚାରି ଘଣ୍ଟା ବର୍ଷା ଲାଗି ରହିବା ହେତୁ ଦିଲ୍ଲୀ-ଏନ୍‌ସିଆରର ରାସ୍ତା ଜଳବନ୍ଦୀ ହୋଇଯାଇଛି। ଏବେ ବି ବର୍ଷା ଜାରି ରହିଛି। ବର୍ଷା ହେତୁ ଅଧିକାଂଶ ଅଞ୍ଚଳରେ ପାଣି ଜମି ରହିଥିବା ହେତୁ ପାଣି ଭିତରେ ଲୋକମାନେ ଫସି ରହିଛନ୍ତି। ଯାତାୟାତରେ ଅନେକ ଅସୁବିଧା ହେଉଛି।

ସେହିପରି ଶିପ୍ରା ସନ୍‌ ସିଟି ମରୋଜ କାଣ୍ଡାଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ବର୍ଷା ହେତୁ ରାସ୍ତା ଉପେରେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା। ସେ ଏହି ବିଦ୍ୟୁତ ତାର ଉପରେ ଚଢ଼ିଯିବା ହେତୁ ତାଙ୍କର ମୃତ୍ୟୁ ହୋଇଥିଲା। ବସୁସନ୍ଧାରା ସେକ୍ଟର-୪ରେ ସଡ଼କ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ପ୍ରାଶସନ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର