ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ରରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ରବିବାରଠାରୁ ତିନିଦିନ ପର୍ଯ୍ୟନ୍ତ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲା ସହିତ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାଛଡ଼ା ଗଞ୍ଜାମ, କଟକ, ନୟାଗଡ଼, ରାୟଗଡ଼ା ଏବଂ ବାଲେଶ୍ୱରରେ ବର୍ଷା ହୋଇପାରେ। ବର୍ଷାର ପରିମାଣ ଅଳ୍ପରୁ ମଧ୍ୟମ ରହିବ ବୋଲି ଅନୁମାନ କରାଯାଇଛି। ୨୯ ଓ ୩୦ ତାରିଖରେ ସମୁଦ୍ର ଅଶାନ୍ତ ରହିବା ସହିତ ବଡ଼ବଡ଼ ଜୁଆର ଆସିବ। ଏହି ସମୟରେ ସମୁଦ୍ରରେ ଗାଧୋଇବାକୁ ପର୍ଯ୍ୟଟକଙ୍କୁ ମନା କରାଯିବା ସହିତ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି।

ଅନ୍ୟପକ୍ଷରେ ଅକ୍ଟୋବର ୩୧ ତାରିଖ ପରେ ପାଗରେ ପରିବର୍ତ୍ତନ ଦେଖା ଦେବାର ଆଶଙ୍କା ରହିଛି। ୩୧ ପରେ ବର୍ଷା ଛାଡ଼ି ଯାଇଥିବ ଏବଂ ରାଜ୍ୟରେ ଶୀତର ପ୍ରକୋପ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

 

ସମ୍ବନ୍ଧିତ ଖବର