ଜୁଲାଇ ୯ ତାରିଖରୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବିହାରର ପଶ୍ଚିମ ଭାଗ ଏବଂ ଦକ୍ଷିଣ ଛତିଶଗଡ ଉପରେ ଥିବା ଘୂର୍ଣ୍ଣିବଳୟ ସ୍ଥଳଭାଗରେ ଲଘୁଚାପରେ ପରିଣତ ହୋଇଛି । ଏହାସହ ଉତ୍ତର ପଶ୍ଚିମ ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗ ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ସାରା ଓଡିଶାରେ ବର୍ଷା ଜାରି ରହିଛି । ହେଲେ ଏହା ଦକ୍ଷିଣ ମୁହାଁ ଥିବାରୁ ଆସନ୍ତା ଦୁଇ ଦିନ ଓଡିଶାରେ କେଉଁଠି ପ୍ରବଳ ବର୍ଷା ସମ୍ଭାବନା ନାହିଁ ।

ଜୁଲାଇ ୯ତାରିଖରୁ ଲଘୁଚାପ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ ଓ ମାଲକାନଗିରି ରହିଛି। ଏଥିସହିତ ୧୦ରୁ ୧୧ ତାରିଖ ମଧ୍ୟରେ ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଜଗତସିଂହପୁର, ଭଦ୍ରକ, କଟକ, ଢ଼େଙ୍କାନାଳ, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲା। ଏହି ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଝାରସୁଗୁଡାରେ ସର୍ବାଧିକ ବର୍ଷା ୩୬ମିଲିମିଟର ରେର୍କଡ କରାଯାଇଛି । ସେହିପରି ସମ୍ବଲପୁରରେ ୨୮ ମିଲିମିଟର ଏବଂ ହିରାକୁଦରେ ୨୬ମିଲିମିଟର ବର୍ଷା ରେର୍କଡ ହୋଇଛି । ଆହୁରି ୪୮ଘଣ୍ଟା ଯାଏ ସାରା ଓଡିଶାରେ ବର୍ଷା ଜାରି ରହିବ।

ସମ୍ବନ୍ଧିତ ଖବର