ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା ରହିଛି

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଥିବା ଲଘୁଚାପ ଦୁର୍ବଳ ହୋଇଛି। ଏହାର ପ୍ରଭାବରେ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ଶୁକ୍ରବାର ପୂର୍ବାନୁମାନ କରିଛି।

ଗତକାଲି ଚାନ୍ଦବାଲି ଓ ପୁରୀରେ ସର୍ବାଧିକ ତାପମାତ୍ର ୩୩.୬ଡିଗ୍ରି ସେଲସିୟସ୍‌ ରହିଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୨୦.୦ଡିଗ୍ରି ସେଲସିୟସ୍‌ ଥିଲା। ସେହିପରି ରାୟଗଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର, ଜଗତସିଂହପୁର, କଳାହାଣ୍ଡି, ଗଜପତି, ଖୋର୍ଦ୍ଧା, କୋରାପୁଟ, କନ୍ଧମାଳ, କଟକ ଆଦି ଜିଲ୍ଲାରେ ବର୍ଷା ହୋଇଥିଲା। ତେବେ ଏବେ ବର୍ଷାରୁ ସମାନ୍ୟ ତ୍ରାହି ମିଳିଛି। କିଛିଦିନ ଧରି ଲଗାଣ ବର୍ଷା ହେତୁ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଲଘୁଚାପ ଧୀରେଧୀରେ ଦୁର୍ବଳ ହେବା ହେତୁ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ।

ସମ୍ବନ୍ଧିତ ଖବର