ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଙ୍ଗଳବାର ପୂର୍ବାନୁମାନ କରିଛି। ତେବେ ଏହି ଜିଲ୍ଲାମାନଙ୍କ ମଧ୍ୟରେ ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର,ଜଗତସିଂହପୁର, ଢ଼େଙ୍କାନାଳ ଓ କେନ୍ଦୁଝର ଆଦି ରହିଛି। ସେହିପରି ପୁରୀ, ଖୋର୍ଦ୍ଧା, କଟକ, ଗଜପତି, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଦେଓଗଡ଼,ସୁନ୍ଦରଗଡ଼, ଝାରସୁଗୁଡା ଓ ସମ୍ବଲପୁରରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆଜି ଭୁବେନଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।

ତେବେ ଚଳିତବର୍ଷ ଦୁଇଦିନ ଆଗରୁ ଓଡ଼ିଶାରେ ମୌସୁମୀ ପହଞ୍ଚଥିବା ନେଇ ଲୋକଙ୍କ ମନରେ ଆଶ୍ୱସ୍ତି ଆସିଥିଲା। କିନ୍ତୁ ମୌସୁମୀ ଛୁଇଁବା ପରେ ସେହି ଅନୁପାତରେ ବର୍ଷା ହୋଇ ନଥିଲା ଯେମିତି ପ୍ରତିବର୍ଷ ହୁଏ। ଗରମ ଓ ଗୁଳିଗୁଳି ପୂର୍ବ ଭଳି ସ୍ୱଭାବିକ ରହିଥିଲା। ତେବେ ଏହି ଦୁଇ ତିନିଦିନ ହେବ ରାଜ୍ୟରେ ଅନେକ ଜିଲ୍ଲାରେ ବର୍ଷା ଜାରି ରହିବା ହେତୁ ପାଗ ଥଣ୍ଡା ପଡ଼ି ଯାଇଛି ଲୋକମାନେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି। ତେବେ ୨୪ଘଣ୍ଟା ମଧ୍ୟରେ ମୌସୁମୀ ଆହୁରି ସକ୍ରିୟ ହୋଇଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର