ହେମନ୍ତ ସାହୁଙ୍କ ପରଲୋକ

କଟକ/ବାଲେଶ୍ବର/ପୁରୀ : ‘ସମ୍ବାଦ’ର ପୂର୍ବତନ ବରିଷ୍ଠ କାର୍ଯ୍ୟକର୍ତା ହେମନ୍ତ ସାହୁଙ୍କର ଆଜି ସକା‌େଳ କଟକରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଗତ କିଛି ଦିନ ଧରି ସେ ସ୍ନାୟୁଜନିତ ରୋଗରେ ପୀଡିତ ହୋଇ ତୁଳସୀପୁରସ୍ଥିତ ଭଉଣୀ ଘରେ ରହି ଚିକିତ୍ସିତ ହେଉଥିଲେ। ଆଜି ସକାଳେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ପରିବାର ଲୋ‌େକ ମେଡିକାଲ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ଏକ ମାତ୍ର ପୁଅ ବିକ୍ରମ ଓ କନ୍ୟା ଏସ. ସୁମନାଙ୍କ ସମେତ ବହୁ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ।

ମରଶରୀରକୁ ଆଜି ତାଙ୍କ ଜନ୍ମସ୍ଥାନ ପୁରୀ ଜିଲା ଗୋପବ୍ଲକ ଅନ୍ତର୍ଗତ ଖଡିସ ଗ୍ରାମକୁ ନିଆଯାଇଥିଲା। ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପୁଅ ବୀରବିକ୍ରମ ମୁଖାଗ୍ନି ଦେଇଥିଲେ।

ବାୟୁସେନାର ଅବସରପ୍ରାପ୍ତ ଅଧିକାରୀ ହେମନ୍ତ ସାହୁ ପ୍ରଥମେ ‘ସମ୍ବାଦ’ର ରାଉରକେଲା ସଂସ୍କରଣ ପରିଚାଳନା ବିଭାଗ ମୁଖ୍ୟ ଏବଂ ପରେ ବାଲେଶ୍ବର ସଂସ୍କରଣ ମୁଖ୍ୟ ଭାବେ ଯୋଗ ଦେଇଥିଲେ।

ସ୍ବର୍ଗତଃ ସାହୁ ‘ସମାଜ’ର ମହାପ୍ରବନ୍ଧକ ରୂପେ ମଧ୍ୟ ଦାୟିତ୍ବ ତୁଲାଇଥିଲେ। ବାଲେଶ୍ବରର ଅନେକ ସା˚ସ୍କୃତିକ ଅନୁଷ୍ଠାନର ସେ ଥିଲେ ପ୍ରତିଷ୍ଠାତା। ତାଙ୍କ ବିୟୋଗରେ ବାଲେଶ୍ବରର ବିଭିନ୍ନ ସ˚ଗଠନ, ସାହିତ୍ୟିକ, ସାମ୍ବାଦିକ ଓ ଲେଖକ ମହଲରେ ଶୋକର ଛାୟା ଖେଳିଯାଇଛି।

ସ୍ବଗର୍ତଃ ସାହୁଙ୍କ ବିୟୋଗରେ ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ପୁରୀ ସ୍ବର୍ଗଦ୍ବାରରେ ‘ସମ୍ବାଦ’ ପରିବାର ତରଫରୁ ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ, ଉପମହାପ୍ରବନ୍ଧକ ବୈଜୟନ୍ତୀ କର, ଉପମହାପ୍ରବନ୍ଧକ ଭବାନୀ ଶଙ୍କର ତ୍ରିପାଠୀ ଏବଂ ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପୁରୀ ସ୍ବର୍ଗଦ୍ବାରରେ ହେମନ୍ତ ସାହୁଙ୍କ ଶେଷକୃତ୍ୟ ଅବସରରେ ତାଙ୍କ ପୁତ୍ର ବିକ୍ରମ(ବାମ)ଙ୍କ ସହ ‘ସମ୍ବାଦ’ ଓ ‘ସମାଜ’ର ବରିଷ୍ଠ ପଦାଧିକାରୀ
ସମ୍ବନ୍ଧିତ ଖବର