ପ୍ରକାଶ ପାଇଲା ବିଜ୍ଞପ୍ତି: ଗଠନ ହେବ ଐତିହ୍ୟ କ୍ୟାବିନେଟ୍‌, ମୁଖ୍ୟମନ୍ତ୍ରୀଙ୍କ ସମେତ ସାମିଲ ହେବେ ୮ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଐତିହ୍ୟ କ୍ୟାବିନେଟ୍‌ ଗଠନ ହେବ। ଏ ନେଇ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଐତିହ୍ୟ କ୍ୟାବିନେଟ୍‌ରେ ୮ ଜଣ ସଦସ୍ୟ ସାମିଲ ହେବେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅର୍ଥ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ରହିବେ। ଐତିହ୍ୟ କ୍ୟାବିନେଟ୍‌ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ସଂରକ୍ଷଣ କରିବ। ଭାଷାର ପ୍ରଚାର ପ୍ରସାର କରୁଥିବା ସଂସ୍ଥା ସହ ସମନ୍ଵୟ ରଖିବ। ମୁଖ୍ୟ ସଚିବ ଐତିହ୍ୟ କ୍ୟାବିନେଟ୍‌ର ସଚିବ ଭାବେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର