ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଦାବି : ପ୍ରତ୍ୟାହାର ହେଲା ରିଲେ ଅନଶନ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ୧୯୦ ଦିନ ହେଲା ଚାଲିଥିବା ରିଲେ ଅନଶନ ପ୍ରତ୍ୟାହୃତ ହୋଇଛି।

୧୧୫ତମ ରିଲେ ଅନଶନରେ ଶ୍ୟାମଲ କୁମାର ସା, ପ୍ରଦୁମ୍ନ ମୋହନ ଦାଶ, ଗୋପାଳକୃଷ୍ଣ ପାଢୀ, ଶଶାଙ୍କ ପାଢୀ ଏବଂ ପ୍ରବୀଣ ସିଂଦେଓ ପ୍ରମୁଖ ବସିଥିଲେ। ବରିଷ୍ଠ ନାଗରିକ କମିଟିର ସଦସ୍ୟମାନେ ଅନଶନକାରୀମାନଙ୍କୁ ଫଳ ରସ ପିଆଇ ଆନ୍ଦୋଳନ ପ୍ରତ୍ୟାହାର କରାଇଥିଲେ।

୧୫ ତାରିଖରୁ ଆଫି‌ଡେଭିଟ୍‌ ଏବଂ ୨୫ ତାରିଖରୁ ଅଦାଲତ ସର୍ତ୍ତମୂଳକ କାର୍ଯ୍ୟାରମ୍ଭ କରିବ। ଅନ୍ୟଦିଗରେ ଓକିଲ ସଂଘର କର୍ମକର୍ତ୍ତାମାନେ ବିଚାରପତିଙ୍କୁ ଅଟକାଇ ପିକେଟିଂ କରିଥିଲେ। ୨୦ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର