ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନର ପ୍ରଭାବ: ୫ ମାସ ପରେ ଖୋଲିଲା ଅଫିସ୍‌

ସମ୍ବଲପୁର : ଦୀର୍ଘ ୫ ବର୍ଷ ପରେ ସମ୍ବଲପୁରରେ ଆଜି ବିଭିନ୍ନ ପ୍ରଶାସନିକ କାର୍ଯ୍ୟାଳୟ କାର୍ଯ୍ୟ ଆରମ୍ଭ କରିଛି। ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନ ପାଇଁ ସରକାରୀ କାର୍ଯ୍ୟାଳୟ ଅଚଳ ରହିଥିଲା।ସେପ୍ଟେମ୍ବର ୨୫ ତାରିଖ ପରେ ପ୍ରଥମ ଥର ସମ୍ବଲପୁର ଜିଲ୍ଲା ପ୍ରଶାସନ ବିଭିନ୍ନ କାର୍ଯ୍ୟାଳୟ ଏବଂ ନଭେମ୍ବ ୧୯ ତାରିଖରୁ ଡିଆରଡିଏ, ଡିଇଓ, ଏସଏମସି ସମେତ ବିଭିନ୍ନ କାର୍ଯ୍ୟାଳୟକୁ ପ୍ରବେଶ କରିଛନ୍ତି ଅଧିକାରୀଙ୍କ ଠାରୁ କର୍ମଚାରୀ। ଜିଲ୍ଲାପାଳ ଶୁଭମ ସକ୍ସସେନା ଦାୟିତ୍ବ ଗ୍ରହଣ ପରେ ପ୍ରଥମ ଥର ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ଆସିଥିଲେ। ୫ ମାସ ଧରି ଏହି କାର୍ଯ୍ୟବନ୍ଦ ଯୋଗୁଁ ଘର ଡିହ ପଟ୍ଟାରୁ ବଞ୍ଚିତ ହୋଇଛନ୍ତି ସ୍ଥାନୀୟ ଅଧିବାସୀ। ଏଥିସହିତ ରାଜସ୍ବ ସଂଗ୍ରହ, ମାମଲା ପରିଚାଳନା ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ମଧ୍ୟ ରାଜସ୍ବ ଅଦାଲତ ବନ୍ଦ ଥିବାରୁ ଏହି ସ୍ଥିତିରେ ସୁଧାର ହୋଇ ପାରିବ ନାହିଁ। ଏଡିଏମ ଅଜୟ ଜେନା କହିଛନ୍ତି, ନିର୍ବାଚନ ପରିଚାଳନା ପାଇଁ ଗଠିତ ୪୨ ଜଣିଆ ଟିମ ସମ୍ପୂର୍ଣ୍ଣ ତତ୍ପରତାର ସହିତ କିଭଳି କାର୍ଯ୍ୟ କରିବ ତାକୁ ଦେଖିବାକୁ ପଡ଼ିବ। ପ୍ରତିଦିନ ପ୍ରଶିକ୍ଷଣ ପ୍ରସ୍ତୁତିରେ ସମସ୍ତ କର୍ମଚାରୀଙ୍କୁ ବିନିଯୋଗ କରାଯିବ। ପୂର୍ବରୁ ଅଧିକାରୀ ସ୍ତରରେ ନିର୍ଦିଷ୍ଟ କିଛି ଜଣ ଆବାସୀୟ କାର୍ଯ୍ୟାଳୟରେ କାମ କରୁଥିଲେ। ଅଫିସ ଖୋଲିବା ପରେ ନିର୍ବାଚନ ପରିଚାଳନା ସହଜ ହୋଇପାରିବ। ନିର୍ବାଚନ ପ୍ରସ୍ତୁତିରେ ସମ୍ବଲପୁର ନୁଆପଡ଼ା ଭଳି କିଛି ଜିଲ୍ଲା ଠାରୁ ଆଗରେ ଥିଲେ ମଧ୍ୟ ଆହୁରି ଅନେକ କାର୍ଯ୍ୟ କରିବାକୁ ବାକି ରହିଛି। ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସସେନା କହିଛନ୍ତି ଯେ, ମାର୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ସହିତ ଆଚରଣ ବିଧି ଲାଗୁର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ନିର୍ବାଚନ ପରିଚାଳନା କିଭଳି ହୋଇ ପାରିବ ଏହା ନୂଆ ଜିଲ୍ଲାପାଳଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। ୫ ମାସ ହେଲା ପ୍ରଶାସନିକ କାର୍ଯ୍ୟାଳୟ ବନ୍ଦ ରହିଥିଲା, ଏଥିଯୋଗୁଁ ଅନେକ ଲୋକ ହିତକାରୀ ଯୋଜନା ଠପ୍ ହୋଇଥିଲା। ବର୍ତ୍ତମାନ ପ୍ରଶାସନ କେବଳ ନିର୍ବାଚନକୁ ଗୁରୁତ୍ବ ଦେଉଥିବାରୁ ପୂର୍ଣ୍ଣକାଳୀନ କାର୍ଯ୍ୟ ପାଇଁ ମେ ଅନ୍ତିମ ସପ୍ତାହକୁ ହିଁ ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର