ବଲାଙ୍ଗୀର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଅଙ୍ଗନୱାଡି କର୍ମୀ ନିଯୁକ୍ତି ମାମଲାରେ ହାଇକେ।ର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜିରା ଲାଗି ନିର୍ଦ୍ଦେଶ ଦିଆଯାଇଛି। ନଭେମ୍ବର ୨୯ରେ ବଲାଙ୍ଗୀର ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇ ଅଦାଲତଙ୍କ ପୂର୍ବ ଆଦେଶ କାହିଁକି କାର୍ଯ୍ୟକାରୀ କାହିଁକି କରାଯାଇ ନାହିଁ ସେ ସଂପର୍କରେ କାରଣ ଦର୍ଶାଇବେ। ଜଷ୍ଟିସ ଏସ୍‌.ଏନ୍‌. ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ମମତା ପ୍ରଧାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ବଲାଙ୍ଗୀର ଜିଲା ଭଣ୍ଡାରବାଞ୍ଝି ଗ୍ରାମର ମମତା ପ୍ରଧାନ ଅଙ୍ଗନୱାଡି କର୍ମୀ ଭାବେ ନିଯୁକ୍ତି ପାଇଁ ମନୋନୀତ ହେ।ଇଥିଲେ । ତାଙ୍କର ଯେ।ଗ୍ୟତା ଓ ସମସ୍ତ ନିଯୁକ୍ତି ନିୟମାବଳୀ ଅନୁଯାୟୀ ସେ ଆବେଦନ କରିଥିଲେ। ମାତ୍ର ଉପଜିଲ୍ଲାପାଳ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ। ଏ ନେଇ ସେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେ।ଇଥିଲେ। ବଲାଙ୍ଗୀର ଜିଲ୍ଲାପାଳ ତାଙ୍କ ଆବେଦନକୁ ବିଚାର କରିବା ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଉପଜିଲ୍ଲାପାଳ ମମତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଏହା ପରେ ମମତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର