ହାଇକୋର୍ଟ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ : ଓଡିଶା ହାଇକୋର୍ଟରେ ୯ଟି ବିଚାରପତି ପଦ ଖାଲି ପଡିଥିବା ବେଳେ କାର୍ଯ୍ୟରତ ବିଚାରପତି ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି ପ୍ରତିବାଦରେ ଆଜି ଆଇନଜୀବୀ ମାନେ କାର୍ଯ୍ୟ ବନ୍ଦ କରିଛନ୍ତି। ଗତକାଲିଠାରୁ ଏହି ଆନ୍ଦୋଳନ ଗତକାଲିଠାରୁ ଆରମ୍ଭ ହୋଇଛି। ହାଇକୋର୍ଟ ବାର୍‌ ଆସୋସିଏସନର ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେଇ ନଥିଲେ। କଟକର ଅନ୍ୟ ଆଇନଜୀବୀ ସଂଘ ଗୁଡିକ ମଧ୍ୟ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିଷ୍ପତ୍ତିକୁ ସମର୍ଥନ କରି କୋର୍ଟ କାର୍ଯ୍ୟ ବର୍ଜନ କରିଥିଲେ। ଫଳରେ ନିମ୍ନ ଅଦାଲତ ଓ ବିଭିନ୍ନ ଟ୍ରିବୁନାଲରେ ମଧ୍ୟ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେଇ ନଥିଲେ। ଅଦାଲତରେ ବିଚାରପତି ଉପସ୍ଥିତ ଥିବା ବେଳେ ଆଇନଜୀବୀଙ୍କ ଅନୁପସ୍ଥିତି ଯୋଗୁ କୋର୍ଟ କାର୍ଯ୍ୟ ହୋଇ ପାରି ନଥିଲା। ହାଇକୋର୍ଟ, କ୍ୟାଟ୍‌, ସ୍ୟାଟ୍‌, ଖାଉଟି ଅଦାଲତ, ଜିଲ୍ଲା ଓ ଦୌରା ଜଜ୍‌ ଅଦାଲତ ସହିତ ଅନ୍ୟ ନିମ୍ନ ଅଦାଲତ ଗୁଡିକରେ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର