୧୫ ଦିନ ଭିତରେ ପଦକ୍ଷେପ ନେବାକୁ ବିଡିଏକୁ ନିର୍ଦ୍ଦେଶ

ବିଡିଏର ପ୍ଲଟ ଆବଣ୍ଟନ ବାତିଲ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ

କଟକ : ଭୁବନେଶ୍ବର ଉନ୍ନୟନ କର୍ତ୍ତପକ୍ଷ(ବିଡିଏ)ର ପ୍ଲଟ ଆବଣ୍ଟନ ବାତିଲ ନିର୍ଦ୍ଦେକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କୁ ଆବଣ୍ଟନ କରାଯାଇଥିବା ପ୍ଲଟ ପ୍ରଦାନ ପାଇଁ ବିଡିଏ ୧୫ ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ କରିବ। ପ୍ଲଟ ଲାଗି ଅବଶିଷ୍ଟ ଟଙ୍କା ଜମା କରିବାର ୧୫ ଦିନ ଭିତରେ ବିଡିଏ ଆବେଦନକାରୀଙ୍କୁ ଚନ୍ଦ୍ରଶେଖରପୁରସ୍ଥିତ ପ୍ରାଚୀ ଏନକ୍ଳେଭ୍ ପ୍ଲଟେଡ୍ ଡେଭେଲପମେଣ୍ଟ ସ୍କିମରେ ପ୍ଲଟ ପ୍ରଦାନ କରିବ। ଅବଶିଷ୍ଟ ଟଙ୍କା ଜମା କରିବାରେ ବିଳମ୍ବ କରିଥିବା ଆବେଦନକାରୀଙ୍କ ନିକଟରୁ ବିଡିଏ ଏହି ଅବଧି ଲାଗି ୧୫ ପ୍ରତିଶତ ସୁଧ ସହିତ ବକେୟା ଦେୟ ଗ୍ରହଣ କରିବ। ଜଷ୍ଟିସ ଏସ୍.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୟୁ.ଏନ୍.ଆଇଚଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନି‌େ‌ର୍ଦ୍ଦଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରାକେଶ କୁମାର ମଲ୍ଲିକ ମାମଲା ପରିଚାଳନା କରୁଥିଲେ।

ଚନ୍ଦ୍ରଶେଖରପୁର ଅଞ୍ଚଳରେ ବିଡିଏ ପକ୍ଷରୁ ହୋଇଥିବା ପ୍ରାଚୀ ଏନକ୍ଲେଭ ପ୍ଲଟେଡ ଡେଭଲପମେଣ୍ଟ ଯୋଜନାରେ ଆବେଦନକାରୀ ୨୬୮ ନମ୍ବର ଘରୋଇ ପ୍ଲଟ ପାଇଥିଲେ। ଅମାନତ ଟଙ୍କା ବ୍ୟତୀତ ଆବେଦନକାରୀ ବିଡିଏ ନିକଟରେ ୬୫ଲକ୍ଷ ୫୩ହଜାର ୮ଶହ ଟଙ୍କା ଜମା କରିଥିଲେ। ଅବଶିଷ୍ଟ ଟଙ୍କା ଜମା କରିବାରେ ୩୯ ଦିନ ବିଳମ୍ବ ହୋଇଯିବାରୁ ବିଡିଏ ପକ୍ଷରୁ ଏହି ପ୍ଲଟ ଆବଣ୍ଟନକୁ ବାତିଲ କରି ଦିଆଯାଇଥିଲା। ଏଥି ସହିତ ଜମା ଟଙ୍କା ଫେରାଇ ନେବାକୁ ଆବେଦନକାରୀଙ୍କୁ କୁହାଯାଇଥିଲା। ୧୫ ପ୍ରତିଶତ ସୁଧ ସହିତ ଅବଶିଷ୍ଟ ଟଙ୍କା ଦେବା ପାଇଁ ଆବେଦନକାରୀ କହିଥିଲେ ମଧ୍ୟ ବିଡିଏ କର୍ତ୍ତୃପକ୍ଷ କିଛି ପଦକ୍ଷେପ ଗ୍ରହଣ କରି ନଥିଲେ।

ସମ୍ବନ୍ଧିତ ଖବର