ଆଦିବାସୀ ଅଞ୍ଚଳରେ ହାଇସ୍କୁଲ୍‌କୁ ଉନ୍ନୀତ କରିବାକୁ ଦାବି

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆଦିବାସୀ ହାଇସ୍କୁଲ୍‌ଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ଉନ୍ନୀତ କରାଯାଇ ସେଠାରେ ଯୁକ୍ତ ଦୁଇ ପାଠ୍ୟକ୍ରମ ଖୋଲାଯାଉ। ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ଆଦିବାସୀ ସ୍କୁଲ୍‌ଗୁଡ଼ିକ ଉପ‌େର ନଜର ପକାନ୍ତୁ। ଆଜି ବିଧାନସଭାରେ ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଞ୍ଚଳର ବିଧାୟକମାନେଏମିତି ଦାବି ଉଠାଇଥିଲେ।

ରଘୁନାଥ ଗମାଙ୍ଗୋଙ୍କ ମୂଳ ପ୍ରଶ୍ନ ଥିଲା ରାୟଗଡ଼ା ବ୍ଲକ୍‌ର କୁଦେନ୍ଦ୍ରୀରେ ଆଦିବାସୀ କଲ୍ୟାଣ ବିଭାଗର ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରିବା ନିମନ୍ତେ ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ଅଛି କି ? ଉତ୍ତରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଦର୍ଶାଇଥିଲେ, ଏପରି କୌଣସି ଯୋଜନା ସରକାରଙ୍କ ବିଚାରାଧୀନ ନାହିଁ।

ଆଦିବାସୀ ପିଲାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହାକୁ ଉନ୍ନୀତ କରିବାକୁ ଶ୍ରୀ ଗମାଙ୍ଗୋ ଦାବି କରିଥିଲେ। ମକରନ୍ଦ ମୁଦୁଲି କହିଥିଲେ, ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ନିହାତି ଦରକାର। ସରକାର ହଷ୍ଟେଲ୍‌ କରିଦେଇଛନ୍ତି। କିନ୍ତୁ ‌େସଠାରେ ମୌଳିକ ସୁବିଧା ସୁଯୋଗ ଦିଆଯାଇନି। ମାଟ୍ରିକ୍ ପ‌େର ପିଲାମାନେ ସେହିଠାରେ ଯେପରି ଯୁକ୍ତ ଦୁଇ ପଢ଼ିପାରିବେ, ସେ ନେଇ ବ୍ୟବସ୍ଥା କରାଯାଉ। ନିତ୍ୟାନନ୍ଦ ଗଣ୍ଡ ଆଦିବାସୀ ଅଞ୍ଚଳରେ ଥିବା ହଷ୍ଟେଲ୍‌ର ପରିସ୍ରାଗାରଗୁଡ଼ିକ କୌଣସି ବସ୍‌ଷ୍ଟାଣ୍ଡ୍‌ର ପରିସ୍ରାଗାର ଠାରୁ କମ୍ ଅପରିଷ୍କାର ନୁହେଁ ବୋଲି ଅଭିଯୋଗ କରିଥିଲେ। ସୁଧାଂଶୁ ଶେଖର ପରିଡ଼ା, ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, ଭାସ୍କର ମଢ଼େଇ ଓ ଚକ୍ରମଣି କହଁର ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ମନ୍ତ୍ରୀ କହିଥିଲେ, ଏ ବର୍ଷ କୌଣସି ସ୍କୁଲ୍‌କୁ ଉନ୍ନୀତ କରିବା ପାଇଁ ଯୋଜନା ନାହିଁ। ଏ ନେଇ ପ୍ରସ୍ତାବ ଆସିଲେ ପରେ ବିଚାର କରାଯିବ। ବିଧାୟକମାନେ ଉଠାଇବା ଅନ୍ୟ ସମସ୍ୟାଗୁଡ଼ିକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର