ଅଶାନ୍ତ ପୁରୀ ସମୁଦ୍ର

ପୁରୀ : ଗତ ଦୁଇ ଦିନ ହେବ ଲାଗି ରହିଥିବା ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟ ଅଶାନ୍ତ ରହିଛି। ଗତକାଲି ତୁଳନାରେ ଆଜି ସମୁଦ୍ର ଅଧିକ ଜୁଆରିଆ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରତି ୬ ସେକେଣ୍ଡରେ ଜୁଆର ଆସୁଛି। ଜୁଆରର ଉଚ୍ଚତା ୩ ଫୁଟ୍‌ରୁ ଅଧିକ ରହୁଛି। ସମୁଦ୍ର ଲହଡିରେ ଅଣ୍ଡର କରେଣ୍ଟ ରହୁଛି। ସମୁଦ୍ରର ଭୟାନକ ସ୍ଥିତି ଯୋଗୁ ପର୍ଯର୍୍ୟଟକମାନେ ବର୍ତ୍ତମାନ ସ୍ନାନ କରିବା ଉପରେ ବାରଣ କରାଯାଇଛି। ଗତକାଲି ରଥଯାତ୍ରାରେ ସମୁଦ୍ରରେ ଗାଧୋଇଲା ବେଳେ ୩୭ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ। ଏ ନେଇ ପାଣିପାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ଲାଗି ବାରଣ କରାଯାଇଛି।

ସମ୍ବନ୍ଧିତ ଖବର