ଆସନ୍ତା କାଲିଠାରୁ ସୁମଦ୍ରରେ ଉଠିବ ଉଚ୍ଚ ଜୁଆର, ସତର୍କ ସୂଚନା ଜାରି

ପୁରୀ: ଆସନ୍ତା ରବିବାରଠାରୁ ସମୁଦ୍ରରେ ଉଚ୍ଚ ଜୁଆର ଉଠିବ ବୋଲି ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଶନିବାର ସୂଚନା ମିଳିଛି। ଏହି ଜୁଆର ଉଠିବା ସମୟରେ ସତର୍କ ରହିବାକୁ ସୂଚନା ମଧ୍ୟ ଜାରି କରାଯାଇଛି।

ସୂଚନାଯୋଗ୍ୟ, ସମୁଦ୍ରରେ ଉଠିବାକୁ ଥିବା ଜୁଆର ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ ରବିବାର, ସୋମବାର ଓ ମଙ୍ଗଳବାର ତିନିଦିନ ଧରି ୨ରୁ ୩ ମିଟର ଉଚ୍ଚ ହେବ ବୋଲି ଅନୁମାନ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷ ଭାବେ ପୁରୀ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ଗଞ୍ଜାମ ବାସିନ୍ଦାଙ୍କୁ ସତର୍କ ରହିବାକୁ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମୟରେ ସମୁଦ୍ରକୂଳରେ ବସବାସ କରୁଥିବା ଲୋକମାନେ ସାବଧାନ ରହିବାକୁ ତଥା ସମୁଦ୍ରରେ ନଗାଧୋଇବାକୁ ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି। ଏଥିସହ ସମୁଦ୍ର ଫୁଲୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସାବଧାନତା ଅବଲମ୍ବନ କରିବାକୁ ମଧ୍ୟ ସଂପୃକ୍ତ ଜିଲ୍ଲାର ପ୍ରଶାସନ ସତର୍କ ସୂଚନା ଜାରିକରାଯାଇଛି।

ସମ୍ବନ୍ଧିତ ଖବର