୧୦ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ ଜାରି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଆଜି ରାଜ୍ୟର ୧୦ଟି ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ଗତ ୩ ବର୍ଷ ଧରି ସିଟ୍‌ ସଂଖ୍ୟାର ୨୫ ପ୍ରତିଶତରୁ କମ୍‌ ନାମଲେଖା ହୋଇଥିବାରୁ ଏହି କଲେଜକୁ ନୋଟିସ୍‌ ଜାରି ହୋଇଛି।

ଏହି କଲେଜଗୁଡିକ ହେଲା ଯାଜପୁର ଜିଲ୍ଲାର ଆପେକ୍ସ ରେସିଡେନ୍ସିଆଲ୍‌ କଲେଜ, କେନ୍ଦ୍ରାପଡାର କ୍ଷେତ୍ରପାଳ ସଂସ୍କୃତ ଡିଗ୍ରୀ କଲେଜ ଓ ଶ୍ରୀରାମ ସଂସ୍କୃତ ଡିଗ୍ରୀ କଲେଜ, କେନ୍ଦୁଝରର ବୃହସ୍ପତି କଲେଜ, ଖୋର୍ଦ୍ଧାର ଜ୍ଞାନ ଭାରତୀ ଡିଗ୍ରୀ କଲେଜ ଏବଂ ଗୌରବ କଲେଜ୍‌ ଅଫ କମନ୍‌ ସାଇନ୍ସ ଆଣ୍ଡ ମ୍ୟାନେ‌ଜମେଣ୍ଟ। ମୟୁରଭଞ୍ଜର ବ୍ରିଲିଆନ୍ସ ସାଇନ୍ସ କଲେଜ, ସୋନପୁରର ସୁକାନ୍ତି ଡିଗ୍ରୀ କଲେଜ, ସମ୍ବଲପୁରର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଡଭାନ୍ସଡ୍‌ ଷ୍ଟଡିଜ୍‌ ଓ ସୁନ୍ଦରଗଡ଼ର ଭେନସ୍‌ ଡିଗ୍ରୀ କଲେଜ।

ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଜୟନ୍ତ ନାରାୟଣ ଷଡଙ୍ଗୀ ଏହି ନୋଟିସ ଜାରି କରିଛନ୍ତି। ସଂପୃକ୍ତ କଲେଜର ପ୍ରିନ୍ସପାଲମାନଙ୍କୁ କାହିଁକି ସେମାନଙ୍କ ଅନୁମୋଦନ ପ୍ରତ୍ୟାହାର କରାଯିବ ନାହିଁ ତାର ଉତ୍ତର ରଖିବାକୁ କୁହାଯାଇଛି। ଫେବ୍ରୁଆରୀ ୨୦ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ଉପରୋକ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ବିଭାଗ ପକ୍ଷରୁ କୁହାଯାଉଛି।

ସମ୍ବନ୍ଧିତ ଖବର