ଓଡ଼ିଆ ବିଶ୍ୱବିଦ୍ୟାଳୟ ନେଇ ମନ୍ତ୍ରୀଙ୍କ ସମୀକ୍ଷା

ସାକ୍ଷୀଗୋପାଳ : ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଆଜି ସତ୍ୟବାଦୀ ଯାଇ ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ନେଇ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାସ ବିଶ୍ୱବିଦ୍ୟାଳୟ ସ୍ଥାନ, ବକୁଳ ବନ, ପଞ୍ଚସଖା ସମାଧୀପୀଠ ଓ ସାଧାରଣ ସଭାସ୍ଥଳ ପରିଦର୍ଶନ କରିଥିଲେ। ସାକ୍ଷୀଗୋପାଳ ପାନ୍ଥଶାଳା ପରିସରରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଏହି ଅବସରରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ଉପ ଜିଳ୍ଲାପାଳ ଭବତାରଣ ସାହୁ, ତହସିଲଦାର କସ୍ତୁରୀ ପ୍ରଧାନ, ଅତିରିକ୍ତ ତହସିଲ୍‌ଦାର ପ୍ରସନ୍ନ କୁମାର ସାମନ୍ତରାୟ, ଆଇଆଇସି ଜ୍ୟୋତି ପ୍ରକାଶ ସ୍ବାଇଁ ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ, ବିଧାୟକ ଓ ଅଧିକାରୀମାନେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁର ଶ୍ରୀ ଶ୍ରୀ ଗୋପାଳଜୀଉ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ଫେରି ଯାଇଥିଲେ।

ସମ୍ବନ୍ଧିତ ଖବର