ରାଜ୍ୟର ସର୍ବାଧିକ ତୈଳ ଦର ମାଲକାନଗିରିରେ, ପେଟ୍ରୋଲ ୮୩.୪୦, ଡିଜେଲ ୮୧. ୯୭ ଟଙ୍କା

ଭୁବନେଶ୍ବର : ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ସାରା ଦେଶରେ ବନ୍ଦ ଡାକରା ଦେଇଛି। ହେଲେ ହୁହୁ ହୋଇ ବଢ଼ିଚାଲିଛି ତେଲ ଦର । ଆଜି ଓଡ଼ିଶାର ସର୍ବଧିକ ଦର ରହିଛି ମାଲକାନଗିରିରେ। ସେଠାରେ ପେଟ୍ରୋଲ ଦର ୮୩ ଟଙ୍କା ୪୦ ପଇସା ଥିବା ବେଳେ ଡିଜେଲ ୮୧ ଟଙ୍କା ୯୭ ପଇସା ରହିଛି । ସେହିଭଳି, ଜୟପୁରରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା୭୫ ପଇସା ଓ ଡ଼ିଜେଲ ୮୧ ଟଙ୍କା ୩୨ ପଇସା ରହିଛି । ସେପଟେ ନବରଙ୍ଗପୁର ବଜାରରେ ପେଟ୍ରୋଲ ଦର ଲିଟର ପିଛା ୮୩ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଡିଜେଲ ୮୧ ଟଙ୍କା ୫୬ ପଇସା ରହିଛି ।

Livemint

ସୂଚନାଯୋଗ୍ୟ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଆଜି ଭାରତ ବନ୍ଦ ପାଳନ କରୁଛି କଂଗ୍ରେସ । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ନ ୩ଟାରେ ଶେଷ ହୋଇଛି । କଂଗ୍ରେସ ନେତୃତ୍ୱରେ ୧୭ଟି ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି । ଏହି ବନ୍ଦର ପ୍ରଭାବ ରାଜଧାନୀ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି । କର୍ମୀମାନେ ଏକ ନିଆରା ଢ଼ଙ୍ଗରେ ପ୍ରତିବାଦ କରିବା ସହ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ଓ ଡ଼ିଜେଲ ଦର ବୃଦ୍ଧିର ପ୍ରତିବାଦରେ ଏକ ବଳଦ ଗାଡିରେ ବସି ଆନ୍ଦୋଳନକାରୀମାନେ ବିକ୍ଷୋଭ କରିଛନ୍ତି । ପ୍ରେଟ୍ରୋଲ ଡିଜେଲ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ୁଥିବାରୁ ସାଧାରଣ ଲୋକଙ୍କ ପକେଟ ଉପରେ ମାଡ ହେଉଛି । ଯାହାଫଳରେ ଆଗାମୀ ଦିନରେ ଲୋକମାନେ ଗାଡି ଚଳାଇବା ବଦଳରେ ବଳଦ ଗାଡିର ବ୍ୟବହାର କରିବେ ବୋଲି ଆନ୍ଦୋଳନକାରୀ କହିଛନ୍ତି । ଏହାସହ କେନ୍ଦ୍ରସରକାର ସମସ୍ତ ଜିନିଷକୁ ଜିଏସ୍ଟି ଭୁକ୍ତ କରିଥିବା ବେଳେ ପେଟ୍ରୋଲ ଓ ଡିଜେଲକୁ କାହିଁକି ଜିଏସ୍ଟିି ଭୁକ୍ତ କରାଯାଉନାହିଁ ବୋଲି କର୍ମୀ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର