ହିଞ୍ଜିଳିକାଟ: ପଡ଼ୋଶୀ ଆକ୍ରମଣମରେ ନାତୁଣୀ ମୃତ, ଜେଜିମା ଆହତ

ଭଞ୍ଜନଗର: ରବିବାର ସକାଳେ ହିଞ୍ଜିଳିକାଟ ଅନ୍ତର୍ଗତ ବଢ଼ିଆମ୍ବ ଗାଁ’ରେ ଜଣେ ପଡ଼ୋଶୀ ଆକ୍ରମଣ କରିବା ଯୋଗୁଁ ଜଣେ ବାଳିକାର ମୃତ୍ୟୁ ହେବା ସହ ଜଣେ ବୃଦ୍ଧା ଆହତ ହୋଇଛନ୍ତି।

ଆକ୍ରମଣକାରୀ ୩୦ ବର୍ଷିୟ ରଞ୍ଜନ ସେଠୀ ଏବଂ ମୃତ ବାଳିକା ଓ ଆହତ ବୃଦ୍ଧାଙ୍କ ପରିବାର ଭାୟା ଅଟନ୍ତି। କୌଣସି କାରଣ ଯୋଗୁଁ ଦୁଇ ପରିବାର ମଧ୍ୟରେ ସକାଳ ସାତଟା ପରେ କଜିଆ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରଞ୍ଜନ ସେଠୀ ୬୦ ବର୍ଷୀୟ କମା ସେଠୀ ଏବଂ ତାଙ୍କ ୩ ବର୍ଷୀୟ ନାତୁଣୀ ଶ୍ରୀୟାଙ୍କୁ ଆକ୍ରମଣ କରି ବାଡ଼ିଆପିଟା କରିଥିଲା। ମାଡ଼ ଖାଇ ଭୀଷଣ ଆହତ ହୋଇଥିବା ଶ୍ରୀୟାଙ୍କର ମୃତ୍ୟୁ ହୋଇଯାଇଛି। ଆହତ କମାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି।

ଗାଁଲୋକେ ରଞ୍ଜନଙ୍କୁ ଧରି ମାରଧର କରି ବାନ୍ଧି ରଖିଥିଲେ। ପରେ ତାଙ୍କୁ ପୁଲିସ ଜିମା ଦିଆଯାଇଛି। ରଞ୍ଜନଙ୍କର ମାନସିକ ବିକୃତି ଅଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର