ହୀରାକୁଦରେ ବନ୍ଦ ହେଲା ଆଉ ୨ ଗେଟ୍‌

ସମ୍ବଲପୁର : ଜଳଭଣ୍ଡାରକୁ ଜଳ‌ ପ୍ରବେଶ ପରିମାଣ କମିବା ପରେ ବୁଧବାର ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ବନ୍ଦ କରାଯାଇଛି। ମଙ୍ଗଳବାର ୧୪ଟିରୁ ୧୦ଟି ସ୍ଲୁଇସ୍‌ ଗେଟ ବନ୍ଦ କରାଯିବା ପରେ ୪ଟି ଗେଟ୍‌ ଖୋଲା ରହିଥିଲା। ବୁଧବାର ସକାଳ ୯ଟା ମଧ୍ୟରେ ୨ଟି ଗେଟ ବନ୍ଦ କରାଯାଇଛି। ଏବେ ବାମ ସ୍ପିଲୱେ’ର ଗୋଟିଏ ଓ ଡାହାଣ ପାର୍ଶ୍ବର ଗୋଟିଏ ସ୍ଲୁଇସ୍‌ ଗେଟ୍‌ ଖୋଲା ରହିଛି। ବୁଧବାର ରାତି ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୯.୩୭ ଫୁଟ୍‌ ରହିଛି। ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ୬୨ ହଜାର ୮୫୦ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗରେ ୫୩ ହଜାର ୩୧୯ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ସ୍ପିଲୱେର ୨ଟି ଗେଟ୍‌ ଦେଇ ୩୧,୨୩୮ କ୍ୟୁସେକ୍‌, ପାୱାର ଚାନେଲ ଦେଇ ୧୮,୮୯୨ କ୍ୟୁସେକ୍‌, ବିଭିନ୍ନ କେନାଲ ଦେଇ ୩୦୧୯ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ରାତି ୯ଟା ସୁଦ୍ଧା ମହାନଦୀ ତଳ ମୁଣ୍ଡରେ ବେଲଗାଁଠାରେ ୨୧, ୦୦୦ କ୍ୟୁସେକ, ପଥର୍ଲାଠାରେ ୫୫,୧୧୯ କ୍ୟୁସେକ୍‌, ଖଇରମାଳଠାରେ ୧ ଲକ୍ଷ ୩୪ ହଜାର କ୍ୟୁସେକ୍‌, ବରମୂଳଠାରେ ୧, ୮୦, ୮୭୫ କ୍ୟୁସେକ ଓ ମୁଣ୍ଡଳିଠାରେ ୩,୭୩,୩୪୭ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ଓ ତଳ ମୁଣ୍ଡରେ ଆଦୌ ବର୍ଷା ହୋଇନଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର