ହୀରାକୁଦର ଆଉ ୭ ଗେଟ୍‌ ଖୋଲିଲା : ୧୪ ଗେଟ୍‌ ଦେଇ ନିଷ୍କାସିତ ହେଉଛି ୨ ଲକ୍ଷ ୨୦ ହଜାର କ୍ୟୁସେକ୍‌ ପାଣି

ସମ୍ବଲପୁର : ରବିବାର ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦.୪୩ ଫୁଟ ରହିଥିବା ବେଳେ ୭ଟି ଗେଟ୍‌ ଖୋଲାଥିଲା। ରାତିରେ ଉପରମୁଣ୍ଡରେ ବର୍ଷା ଯୋଗୁଁ ଇବ୍‌ ଓ ଭେଡେନ୍‌ ନଦୀରେ ପ୍ରଚୁର ପରିମାଣର ବନ୍ୟା ଜଳ ଆସି ଜଳଭଣ୍ଡାରରେ ମିଶିବା ପରେ ଜଳସ୍ତରକୁ ୬୨୧ ଫୁଟ୍‌ ତଳକୁ ରଖିବା ପାଇଁ ସୋମବାର ହୀରାକୁଦର ଆଉ ୭ଟି ଗେଟ୍‌ ଖୋଲା ଯାଇଛି। ଫଳରେ ୧୪ଟି ଗେଟ୍ ଦେଇ ପ୍ରାୟ ୨ ଲକ୍ଷ ୨୦ ହଜାର କ୍ୟୁସେକ୍‌ ପାଣି ମହାନଦୀରେ ନିଷ୍କାସିତ ହେଉଛି। ସୋମବାର ରାତି ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୦.୨୯ ଫୁଟ ରହିଥିବା ବେଳେ ବାମ ସ୍ପିଲୱେର ୯ ଓ ଡାହାଣ ପାର୍ଶ୍ବର ୫ଟି ସ୍ଲୁଇସ୍‌ ଗେଟ ଖ‌ୋଲା ରହିଛି। ସେହି ସମୟରେ ଜଳଭଣ୍ଡାରକୁ ୧, ୫୦, ୯୮୩ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨,୩୯,୩୫୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ସ୍ପିଲ୍‌ୱେ’ର ୧୪ଟି ଗେଟ୍‌ ଦେଇ ୨,୧୯,୮୦୦ କ୍ୟୁସେକ୍‌, ପାୱାର ଚାନେଲ ଦେଇ ୧୬,୫୦୯ କ୍ୟୁସେକ, ବିଭିନ୍ନ କେନାଲ ଦେଇ ୨ ହଜାର ୮୭୭ କ୍ୟୁସେକ୍‌ ଓ ଶିଳ୍ପସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଛି। ସୋମବାର ରାତି ୯ଟା ବେଳକୁ ମହାନଦୀ ତଳ ମୁଣ୍ଡ ବେଲଗାଁରେ ୨୨ ହଜାର କ୍ୟୁସେକ୍‌, ପଥର୍ଲାରେ ୬୯ ହଜାର ୪୭୩ କ୍ୟୁସେକ୍‌, ଖଇରମାଳରେ ୨ ଲକ୍ଷ ୪୬ ହଜାର କ୍ୟୁସେକ୍‌, ବରମୂଳରେ ୨ ଲକ୍ଷ କ୍ୟୁସେକ୍‌ ଓ ମୁଣ୍ଡଳିରେ ୨ ଲକ୍ଷ ୪୦ ହଜାର କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା।

ସମ୍ବନ୍ଧିତ ଖବର