ହୀରାକୁଦ ଜଳସ୍ତର ୬୨୦.୪୧ ଫୁଟ୍‌, ୭ ଗେଟ୍‌ ଖୋଲା

ସମ୍ବଲପୁର : ଶନିବାର ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦.୧୫ ଫୁଟ ରହିଥିବା ବେଳେ ରାତିରେ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇଛି। ରବିବାର ଦିନ ୧୨ଟା ବେଳକୁ ଜଳସ୍ତର ବୃଦ୍ଧି ପାଇ ୬୨୦.୩୯ ଫୁଟ ହେବା ପରେ ଜଳଭଣ୍ଡାରର ଆଉ ୨ଟି ଗେଟ୍‌ ଖୋଲା ଯାଇଥିଲା। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳପତ୍ତନ ବୃଦ୍ଧି ପାଇ ୬୨୦.୪୧ ଫୁଟ ହୋଇଥିବା ବେଳେ ଜଳଭଣ୍ଡାରର ବାମ ସ୍ପିଲୱେର ୫ଟି ଓ ଡାହାଣ ପାର୍ଶ୍ବର ୨ଟି ଗେଟ ‌ଖୋଲା ରହିଛି। ଏହି ସମୟରେ ଜଳଭଣ୍ଡାରକୁ ୧, ୩୮, ୪୨୩ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧,୨୭,୩୮୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ସ୍ପିଲ୍‌ୱେ’ର ୭ଟି ଗେଟ୍‌ ଦେଇ ୧,୦୯,୯୧୪ କ୍ୟୁସେକ୍‌, ପାୱାର ଚାନେଲ ଦେଇ ୧୪, ୨୧୯ କ୍ୟୁସେକ, ବିଭିନ୍ନ କେନାଲ ଦେଇ ୩ ହଜାର ୦୭୭ କ୍ୟୁସେକ୍‌ ପାଣି ଛଡ଼ା ଯାଉଛି। ସନ୍ଧ୍ୟା ୬ଟା ସୁଦ୍ଧା ମହାନଦୀ ତଳ ମୁଣ୍ଡରେ ବେଲଗାଁରେ ୨୭ ହଜାର କ୍ୟୁସେକ୍‌, ପଥର୍ଲାରେ ୬୯ ହଜାର ୪୭୩ କ୍ୟୁସେକ୍‌, ଖଇରମାଳରେ ୧ ଲକ୍ଷ ୯୪ ହଜାର କ୍ୟୁସେକ୍‌, ବରମୂଳରେ ୨ ଲକ୍ଷ ୦୬ ହଜାର ୮୭୫ କ୍ୟୁସେକ୍‌ ଓ ମୁଣ୍ଡଳିରେ ୩ ଲକ୍ଷ ୩୭ ହଜାର ୧୩୬ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି।

ସମ୍ବନ୍ଧିତ ଖବର