ହୀରାକୁଦ ଜଳସ୍ତର ୬୨୦.୧୫ ଫୁଟ୍‌

ସମ୍ବଲପୁର : ଶୁକ୍ରବାର ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦.୩୫ ଫୁଟ ରହିଥିବା ବେଳେ ରାତିରୁ ଜଳସ୍ତର ହ୍ରାସ ପାଇଥିଲା। ଶନିବାର ସକାଳ ୯ଟା ବେଳକୁ ଜଳସ୍ତର ୬୨୦.୦୮ ଫୁଟକୁ ଖସିଥିଲା। ରାତି ୯ଟା ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୬୨୦.୧୫ ଫୁଟ ରହିଛି। ଜଳଭଣ୍ଡାରର ବାମ ସ୍ପିଲୱେର ୩ଟି ଓ ଡାହାଣ ପାର୍ଶ୍ବର ୨ଟି ଗେଟ ଖ‌ୋଲା ରହିଛି। ଏହି ସମୟରେ ଜଳଭଣ୍ଡାରକୁ ୧, ୧୨, ୭୪୭ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୯୬,୧୭୮ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ସ୍ପିଲ୍‌ୱେ’ର ୫ଟି ଗେଟ୍‌ ଦେଇ ୭୮ ହଜାର ୪୦୫ କ୍ୟୁସେକ୍‌, ପାୱାର ଚାନେଲ ଦେଇ ୧୪, ୩୦୬ କ୍ୟୁସେକ, ବିଭିନ୍ନ କେନାଲ ଦେଇ ୩ ହଜାର ୨୯୭ କ୍ୟୁସେକ୍‌ ପାଣି ଛଡ଼ା ଯାଉଛି। ରାତି ୯ଟା ବେଳକୁ ମହାନଦୀ ତଳ ମୁଣ୍ଡରେ ବେଲଗାଁରେ ୨୫ ହଜାର କ୍ୟୁସେକ୍‌, ପଥର୍ଲାରେ ୭୦ ହଜାର ୯୬୭ କ୍ୟୁସେକ୍‌, ଖଇରମାଳରେ ୨ ଲକ୍ଷ ୯୧ ହଜାର କ୍ୟୁସେକ୍‌, ବରମୂଳରେ ୨ ଲକ୍ଷ ୭୪ ହଜାର ୨୫୦ କ୍ୟୁସେକ୍‌ ଓ ମୁଣ୍ଡଳିରେ ୫ ଲକ୍ଷ ୩୦ ହଜାର ୬୨୯ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ଓ ତଳ ମୁଣ୍ଡରେ ଆଦୌ ବୃଷ୍ଟିପାତ ହୋଇନଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର